ଅନନ୍ତନାଗରେ ଏନ୍‌କାଉଣ୍ଟର୍‌: ୩ ଲଶ୍କର ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବା ସଂଗଠନ ସଦସ୍ୟ ଥିବା ପୋଲିସ କହିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜିବୁଲ କମାଣ୍ଡର ନାସିର୍‌ ଚନ୍ଦ୍ରୁ ରହିଛନ୍ତି। ଏଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବୁଧବାର ସକାଳେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା।