Sri Lanka's Lasith Malinga gets ready to bowl during the first one-day international cricket match between New Zealand and Sri Lanka at Bay Oval in Mount Maunganui on January 3, 2019. (Photo by MICHAEL BRADLEY / AFP) (Photo credit should read MICHAEL BRADLEY/AFP/Getty Images)
କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍ ମାଲିଙ୍ଗା ପ୍ରସ୍ତୁତ ଥିବା କହିଛନ୍ତି। ‘ଟି୨୦ କ୍ରିକେଟ୍ରେ ପ୍ରଭାବ ପକାଇବା ଲାଗି ଶ୍ରୀଲଙ୍କା ଦଳ ପାଖରେ ପର୍ଯ୍ୟାପ୍ତ ଦକ୍ଷତା ନାହଁି। ଶ୍ରୀଲଙ୍କା ବୋଲରମାନେ ପ୍ରତିପକ୍ଷକୁ ଅଟକାଇବା ଲାଗି ସକ୍ଷମ ନୁହେଁ ଏବଂ ମ୍ୟାଚ୍ରେ ଲଢ଼ିବା ଲାଗି ଆବଶ୍ୟକ ୧୭୦ ରନ କରିବାକୁ ଏହାର ବ୍ୟାଟ୍ସମ୍ୟାନ ଅସମର୍ଥ’ ବୋଲି ଭାରତ ଗସ୍ତରୁ ପ୍ରତ୍ୟାବର୍ତ୍ତନ ପରେ ଖବରଦାତା ସମ୍ମିଳନୀରେ ମାଲିଙ୍ଗା ଏହା କହିଛନ୍ତି। ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଦଳର ଏହି ପ୍ରଦର୍ଶନ ଲାଗି ସେ ଦାୟୀ। ଏଥିସହ ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ରହିଛି। ୨୦୧୪ ବିଶ୍ୱକପ୍ରେ ମାଲିଙ୍ଗା ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ। ଏହାପରେ ୨୦୧୮ ଡିସେମ୍ବରରେ ପୁନର୍ବାର ତାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା।