Hyderabad : Mumbai Indians players with IPL 10 trophy after they win the IPL 10 Final match against Rising Pune Supergiants in Hyderabad on Sunday. PTI Photo by Shailendra Bhojak(PTI5_22_2017_000010B)
ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ବିସିସିଆଇ ଏକ ସର୍କୁଲାର ଜରିଆରେ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ସୂଚନା ଦେଇଛି। ଆଇପିଏଲ ଚାମ୍ପିୟନ ଦଳକୁ ୨୦ କୋଟି ଟଙ୍କା ପରିବର୍ତ୍ତେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ। ଆର୍ଥିକ ପୁରସ୍କାର ପୁନଃ ଧାର୍ଯ୍ୟ କରାଯାଇଛି। ଚାମ୍ପିୟନ ଦଳକୁ ୨୦ କୋଟି ବଦଳରେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ। ଉପବିଜେତା ଦଳକୁ ୬.୨୫ କୋଟି ମିଳିବ। ପୂର୍ବରୁ ରନର୍ସଅପ୍ ଦଳକୁ ୧୨.୫ କୋଟି ଟଙ୍କା ଦିଆଯାଉଥିଲା ବୋଲି ବିସିସିଆଇ ସକ୍ୟୁଲାରରେ ପ୍ରକାଶ କରାଯାଇଛି। କ୍ୱାଲିଫାୟର୍ସରେ ପରାସ୍ତ ହୋଇଥିବା ଦୁଇ ଦଳକୁ ୪.୩ କୋଟି ଲେଖାଏ ଦିଆଯିବ। ସମସ୍ତ ଫ୍ରାଞ୍ଚାଇଜ ଭଲ ଆୟ କରୁଛନ୍ତି। ଆୟ କରିବା ପାଇଁ ସେମାନଙ୍କ ନିକଟରେ ସ୍ପନଶରଶିପ ଭଳି ଅନ୍ୟ ବାଟ ରହିଛି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ପ୍ରତ୍ୟେକ ଆଇପିଏଲ ମ୍ୟାଚ୍ ଆୟୋଜନ ଲାଗି ବିସିସିଆଇ ଓ ଫ୍ରାଞ୍ଚାଇଜ ରାଜ୍ୟ ଆସୋସିଏଶନ ୫୦ ଲକ୍ଷ ଲେଖାଏ ଏକ କୋଟି ଟଙ୍କା ପ୍ରଦାନ କରିବେ। ଏହା ବ୍ୟତୀତ ବିସିସିଆଇର ମଧ୍ୟ ସ୍ଥରୀୟ କର୍ମଚାରୀ ବିମାନ ଉଡାଣର ୮ ଘଣ୍ଟାରୁ କମ୍ ସମୟରେ ଏସିଆନ ଦେଶ (ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ) ପାଇଁ ଆଉ ବିମାନରେ ବିଜନେସ କ୍ଲାସରେ ଯାତ୍ରା କରିପାରିବେ ନାହିଁ।