Bhubaneswar: Security personnel stand guard during a nationwide lockdown in the wake of coronavirus outbreak, in Bhubaneswar, Saturday, April 4, 2020. (PTI Photo)(PTI04-04-2020_000096B)
ଭଦ୍ରକ ଅଫିସ,୭।୫: ଭଦ୍ରକରେ ଏବେ ପରିବା ଚାଷୀ, ମାଛ ଚାଷୀ ତଥା ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ସରକାରୀ କଟକଣା ଅଡୁଆ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁ କଟକଣା ଯୋଗୁ ଚାଷୀ ଓ ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। କାରଣ ଚାଷୀମାନେ ସକାଳୁ ବିଲରୁ ପନିପରିବା ଆଣି ଦୋକାନୀଙ୍କୁ ଦେଉଥିବା ବେଳେ ମାଛଚାଷୀମାନେ ମଧ୍ୟ ସକାଳୁ ଦୋକାନୀଙ୍କୁ ମାଛ ଦେଇଥାନ୍ତି। ତେବେ ଏଭଳି କଟକଣା ଲାଗୁ ହେବା ପରଠାରୁ ସେମାନେ ସକାଳୁ ଦୋକାନୀମାନଙ୍କୁ ଆଉ ମାଲ୍ ଯୋଗାଇପାରୁ ନାହାନ୍ତି। ତେଣୁ ଉକ୍ତ ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ପାସ୍ ବ୍ୟବସ୍ଥା କରିବା ଲାଗି ଜିଲାପାଳ ଓ ପୋଲିସ ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଅବଦୁଲ ମୋକିତ୍ ଖାଁ ସମେତ କେତେକ ବ୍ୟବସାୟୀ ଦାବି କରିଛନ୍ତି।