A worker walks past parked Renault cars at its stockyard on the outskirts of the western Indian city of Ahmedabad June 11, 2013. Car sales in India fell an annual 12.3 percent in May, an industry body said on Tuesday, dropping for the seventh straight month, as weak consumer sentiment in a slowing economy continued to weigh on demand. REUTERS/Amit Dave (INDIA - Tags: BUSINESS TRANSPORT EMPLOYMENT TPX IMAGES OF THE DAY) - GM1E96B1GAE01
ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ ହେଉ ନ ଥିବା ମନେ ହେଉଛି। କାରଣ ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକିର ଅଗଷ୍ଟରେ ବିକ୍ରି ୩୨.୭% ହ୍ରାସ ପାଇଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଆଲୋଚ୍ୟ ମାସରେ କମ୍ପାନୀ ୧,୦୬,୪୧୩ ଗାଡ଼ି ବିକ୍ରି କରିପାରିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧,୫୮,୧୮୯ ଗାଡ଼ି ବିକ୍ରି କରିବାକୁ ସକ୍ଷମ ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ମାସରେ ଘରୋଇ ଗାଡ଼ି ବିକ୍ରି ୩୪.୩% ହ୍ରାସ ପାଇ ୯୭,୦୬୧ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ୧,୪୭,୭୦୦ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ମାରୁତି ଅଲ୍ଟୋ ଏବଂ ଓ୍ବାଗନ ଆର୍ ଭଳି କ୍ଷୁଦ୍ର କାର୍ ବିକ୍ରି ୭୧.୮ ପ୍ରତିଶତ ହ୍ରାସ ପାଇ ୧୦,୧୨୩ ହୋଇଥିଲା ବେଳେ ଗତବର୍ଷ ଏହି ସମୟରେ ୩୫,୮୯୫ ଗାଡ଼ି ବିକ୍ରି ହୋଇଥିଲା। ସ୍ବିଫ୍ଟ,ସେଲାରିଓ, ଇଗ୍ନିସ୍, ବାଲେନୋ ଓ ଡିଜାୟାର ବିକ୍ରି ୨୩.୯ ପ୍ରତିଶତ ହ୍ରାସ ପାଇ ୫୪,୨୭୪ରେ ପହଞ୍ଚତ୍ଛି।
ହୋଣ୍ଡା କାର୍ ବିକ୍ରି ୫୧% କମିଲା
ନୂଆଦିଲ୍ଲୀ,୨-୯: ହୋଣ୍ଡା କାର୍ସ ଇଣ୍ଡିଆ ପକ୍ଷରୁ ରବିବାର କୁହାଯାଇଛି ଯେ, ଅଗଷ୍ଟରେ କମ୍ପାନୀର କାର୍ ବିକ୍ରି ୫୧.୨୮ ପ୍ରତିଶତ ହ୍ରାସ ପାଇ ୮,୨୯୧ରେ ପହଞ୍ଚତ୍ଛି। କମ୍ପାନୀ ଗତବର୍ଷ ଅଗଷ୍ଟରେ ୧୭,୦୨୦ ଗାଡ଼ି ବିକ୍ରି ହୋଇଥିଲା। ଉପଭୋକ୍ତାଙ୍କ ମଧ୍ୟରେ ନିରୁତ୍ସାହ ଦେଖାଦେଇଥିବାରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି ବୋଲି ହୋଣ୍ଡା କାର୍ସ ଇଣ୍ଡିଆର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ଡାଇରେକ୍ଟର(ବିକ୍ରି ଓ ମାର୍କେଟିଂ) ରାଜେଶ ଗୋଏଲ କହିଛନ୍ତି।
ଟୟୋଟା କିର୍ଲୋସ୍କର ବିକ୍ରି ୨୧% କମିଛି
ନୂଆଦିଲ୍ଲୀ,୨-୯: ଅଗଷ୍ଟରେ ଟୟୋଟା କିର୍ଲୋସ୍କର ମୋଟର ଗାଡ଼ି ବିକ୍ରି ୨୧% ହ୍ରାସ ପାଇ ୧୧,୫୪୪ରେ ପହଞ୍ଚତ୍ଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧୪,୫୮୧ ଗାଡ଼ି ବିକ୍ରି କରିପାରିଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଅଗଷ୍ଟରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ୧୦,୭୦୧କୁ ଖସିଆସିଛି, ଯାହା କି ପୂର୍ବବର୍ଷ ଏହି ସମୟରେ ୧୪,୧୦୦ ୟୁନିଟ ଥିଲା, ଅର୍ଥାତ ୨୪% ବିକ୍ରି ହ୍ରାସ ପାଇଛି। ତେବେ ଆଲୋଚ୍ୟ ମାସରେ ରପ୍ତାନି ଦୁଇଗୁଣା ବୃଦ୍ଧି ପାଇ ୮୪୩ରେ ପହଞ୍ଚତ୍ଛି, ଯାହା କି ପୂର୍ବବର୍ଷ ୪୮୧ୟୁନିଟ ଥିଲା।