Maharashtra, Nov 27 (ANI): NCP leader Ajit Pawar greets as he leaves from the Vidhan Bhavan after the first session of the newly elected assembly where newly elected MLAs took the oath, in Mumbai on Wednesday (ANI Photo)
ମୁମ୍ବାଇ,୩୦।୧୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ସମୟରେ ମୋଟ ୩୬ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ସୂଚନାଯୋଗ୍ୟ, ନଭେମ୍ବର ୨୮ରେ ମହାରାଷ୍ଟ୍ରରେ ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଠନ ହୋଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହୋଇ ନ ଥିବା ବେଳେ ଏହା ପ୍ରଥମ ସମ୍ପ୍ରସାରଣ ହେଲା।