ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍‌ ଲୋକଙ୍କୁ ଏହି ନିଆରା ଗୁଣର ଅଧିକାରୀ କରିଥାନ୍ତି ଈଶ୍ୱର। ସେମିତି ଜଣେ ବ୍ୟକ୍ତି ହେଲେ ଉତ୍ତରପ୍ରଦେଶ ଶାହରାନପୁର ନିବାସୀ ଠାକୁର ବିଜେନ୍ଦ୍ର ସିଂହ। ସେ ନାକରେ ବଂଶୀବାଦନର ଅଜବ କଳାର ଅଧିକାରୀ। ତାଙ୍କର ଏହି ପ୍ରତିଭାକୁ ଦେଖି ଲୋକେ ଅପଲକ ନୟନରେ ଚାହଁି ରହୁଛନ୍ତି। ପିଲାଦିନୁ ସଂଗୀତ ପ୍ରତି ଅହେତୁକ ଦୁର୍ବଳତା ଥିଲା ବିଜେନ୍ଦ୍ରଙ୍କର। କମ୍‌ ବୟସରୁ ବଂଶୀ ବଜାଇବାରେ ସେ ଏକ ଅଦ୍ଭୁତ କଳାର କମାଲ୍‌ ଦେଖାଇଥିଲେ। ସେବେଠୁ ଦୀର୍ଘ ୪୦ବର୍ଷ ହେବ ସେ ନାକରେ ଏତେ ସୁନ୍ଦର ବଂଶୀ ବଜାଉଛନ୍ତି, ଯାହା ବଡ଼ ବଡ଼ ବଂଶୀବାଦକ ବି ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି।