ଅଜଣା ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଯୁବକ ଗୁରୁତର

ସାବରଙ୍ଗ,୧।୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଲଷ୍ମୀଦାସ ପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କ ଉପରେ ଏସିଡ ମାଡ଼ ହୋଇଛି। ଜଗବନ୍ଧୁ ପଳେଇ ନାମକ ଏହି ଯୁବକ ଜଣଙ୍କ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଅଜଣା ଦୁର୍ବୃତ୍ତ ତାଙ୍କ ଶୋଇବା ଘରେ ପଶି ଏସିଡ ମାଡ କରିଛନ୍ତି। ଫଳରେ ତାଙ୍କର ମୁହଁ ସମେତ ଶରୀର ଜଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ନୟାକଣୀଡ଼ିହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।