The dead man's body. Focus on hand
ଭବାନୀପାଟଣା,୧୬।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜା ନାଗଫେଶୀ ଗାଁର ୨ ବ୍ୟକ୍ତିଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ରବିବାର ମୃତ୍ୟୁ ଘଟିଛି। ସେମାନେ ହେଲେ ମଧୁ ମାଝି (୩୬) ଓ ହୀରାଲାଲ ଦିସାରୀ (୪୦)।
ପ୍ରକାଶ ଯେ, ମଧୁ ଓ ହୀରାଲାଲ ରବିବାର ସକାଳେ ଝରିଗାଁ ବ୍ଲକ ଚଚାଗାଁରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ପାପଡ଼ାହାଣ୍ଡି ଥାନା ମଇଦଲପୁର ପଞ୍ଚାୟତ ଖଡ଼କା ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କାଦେଇଥିଲା। ଘଟଣାସ୍ଥଳରେ ମଧୁଙ୍କର ମୃତ୍ୟୁ ଘଟିଥିଲା ବେଳେ ହୀରାଲାଲଙ୍କୁ ଗୁରୁତର ଅବସ୍ଥାରେ ପାପଡ଼ାହାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।