Categories: ଅନୁଗୋଳ

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ବଇଣ୍ଡା,୨୮।୫(ଡି.ଏନ.ଏ.)- କିଶୋରନଗର କଲେଜ ନିକଟରେ ମହେଶ୍ୱର ସାହୁଙ୍କର ଚାଳ ଛପର ଦୋକାନଟି ମଙ୍ଗଳବାର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅଞ୍ଚଳବାସୀ କହିଛନ୍ତି।

ଘଟଣାରୁ ଜଣାପଡ଼ିଛି, ବଡ଼ି ଭୋରରୁ ହଠାତ୍‌ ତାଙ୍କ ଦୋକାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଦୋକାନ ଘର ସହ ଆସବାବପତ୍ର ଜଳିଯାଇଛି। ଖବରପାଇ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ନିଆଁକୁ ଆୟତ୍ତ କରିଥିଲେ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।