BRUSSELS, BELGIUM - MARCH 22: Belgian Cup is seen during the Belgian Cup final match between Club Brugge and RSC Anderlecht at the King Baudouin Stadium in Brussels, Belgium, on March 22, 2015. (Photo by Dursun Aydemir/Anadolu Agency/Getty Images)
ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍ କପ୍ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍ର ନୂଆ ସେସନ ଆରମ୍ଭ ହେବାର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ଏହି ଫାଇନାଲ ଖେଳାଯିବ। ଏହି ନିର୍ଣ୍ଣାୟକ ମୁକାବିଲା ଫାଙ୍କା କିଙ୍ଗ୍ ବାଉଡୋଉନ୍ ଷ୍ଟାଡିୟମରେ କ୍ଲବ ବ୍ରୁଗ୍ ଓ ଆଣ୍ଟଓ୍ବେର୍ପ ମଧ୍ୟରେ ଖେଳାଯିବ ବୋଲି ବେଲଜିଆନ ସକର କର୍ତ୍ତୃପକ୍ଷ କହିଛନ୍ତି। କୋଡିଡ-୧୯ ମହାମାରୀ କାରଣରୁ କ୍ଲବ ବ୍ରୁଗ୍କୁ ଆଗୁଆ ୧୬ତମ ବେଲଜିଆନ ଟାଇଟଲ ଚଳିତ ମାସ ପ୍ରଦାନ କରାଯାଇଥିଲା। ଫଳରେ ବ୍ରୁଗ୍ ପାଇଁ ଲିଗ୍- କପ୍ ଡବଲ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି। ମହାମାରୀ ପାଇଁ ବେଲଜିୟମ୍ରେ ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।