Posted inଜାତୀୟ

୯୬ ବର୍ଷ ତଳେ ଆରମ୍ଭ ହୋଇଥିବା ରେଡ଼ିଓ ପ୍ରସାରଣରେ ମୋଦି ଆଣିଛନ୍ତି ନୂଆ କ୍ରାନ୍ତି

ନୂଆଦିଲ୍ଲୀ, ୨୦।୮: ପ୍ରତିବର୍ଷ ଅଗଷ୍ଟ ୨୦ରେ ଭାରତରେ ଜାତୀୟ ଦିବସ ପାଳିତ ହୋଇଥାଏ। ୯୬ ବର୍ଷ ତଳେ ୧୯୨୩ରେ ଦେଶରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଏହାକୁ ଇଣ୍ଡିଆନ୍‌ ବ୍ରୋଡ୍‌କାଷ୍ଟ କମ୍ପାନୀ ଦ୍ୱାରା କରାଯାଇଥିଲା। ୧୯୩୦ରେ ଏହି କମ୍ପାନୀର ଅଥିକ ସ୍ଥିତି ଖରାପ ହୋଇଯାଇଥିଲା। ଏହାକୁ ଇଣ୍ଡିଆନ ଷ୍ଟେଟ୍‌ ବ୍ରୋଡ୍‌କାଷ୍ଟିଂ ସର୍ଭିସ୍‌ ଭାବେ ନାମିତ କରାଯାଇଥିଲା। ୧୯୩୬ରେ ଭାରତରେ ଇମ୍ପୋରିୟଲ ରେଡ଼ିଓ ଅଫ୍‌ ଇଣ୍ଡିଆ ସେବା ଆରମ୍ଭ ହୋଇଥିଲା। ସ୍ବାଧୀନତା ପରେ ଏହାକୁ ଆକାଶବାଣୀ ଭାବେ ନାମିତ କରାଯାଇଥିଲା। ଇତିମଧ୍ୟରେ ମନୋରଞ୍ଜନର ଅନେକ ମାଧ୍ୟମ ଆସିଛି। ତେବେ ରେଡ଼ିଓ ଶୁଣିବାର ମଜା ଲୋକଙ୍କ ମଧ୍ୟରେ ଏବେ ବି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଭାରତୀୟ ରେଡ଼ିଓ ପ୍ରସାରଣ ସେବାକୁ ପୁଣି ବିକଶିତ କରିପାରିଛି। ସୂଚନାଯୋଗ୍ୟ, ଦେଶରେ ଆକାଶବାଣୀର ୪୨୦ ଷ୍ଟେଶନ୍‌ ରହିଛି। ଏହା ଦେଶର ୯୯.୧୯ ପ୍ରତିଶତ ଅଞ୍ଚଳରେ ପ୍ରସାରଣ କାର୍ଯ୍ୟ ଜାରି ରଖିଛି। ଏହା ୨୩ ଭାଷାରେ କାର୍ଯ୍ୟକ୍ରମ ପ୍ରସାରିତ କରୁଛି। ଏହା ସହିତ ସୁବିଧା ପାଇଁ ଦେଶରେ ୨୧୪ଟି କମ୍ୟୁନିଟି ରେଡ଼ିଓ ପ୍ରସାରଣ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ...

ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି: ପୋଲିସ ଜାରି କଲା ୬ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସକୁ ନେଇ ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀର ଲାଲ କିଲା ନିକଟରେ ବହୁ ସଂଖ୍ୟାରେ...

ଆମ ପାଇଁ ନ୍ୟାୟ କାହିଁ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ମୁକ୍ତି ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କ ସମେତ ଅନ୍ୟ ଦୋଷୀମାନଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ସମୟରେ...

କର୍ନାଟକରେ ବନ୍ୟା ବିପତ୍ତି: ୨ ମାସରେ ଗଲାଣି ୭୩ ଜୀବନ

ବେଙ୍ଗାଲୁରୁ,୯।୮: ଚଳିତ ବର୍ଷ ବନ୍ୟା ଓ ବର୍ଷା କାରଣରୁ କର୍ନାଟକରେ ୨ ମାସ ମଧ୍ୟରେ ୭୩ ଜଣଙ୍କ ପ୍ରାଣହାନି ଘଟିଛି। ରାଜ୍ୟରେ ବନ୍ୟା ପ୍ରଭାବିତ ୭,୩୮୭...

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସଂଘର୍ଷ: ୮ଆହତ, ୧୪୪ଧାରା ଲାଗୁ

ମୁମ୍ବାଇ,୧୪।୫:ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା...

ଝାଡ଼ଖଣ୍ଡ ଭୋଟବେଳେ ହିଂସା: ଗୁଳିମାଡ଼ରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୭ା୧୨(ପି.ଟି.): ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ସିସାଇ ବିଧାନସଭା ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬ ନଂ. ବୁଥରେ କୌଣସି...

ନାଁ ପଚାରି ରାହୁଲଙ୍କୁ ମାରିଥିଲେ

ଶ୍ରୀନଗର,୧୪।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ସୁରକ୍ଷା...

ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍‌ଡାଉନ୍‌...

Advertisement
Archives

Model This Week