୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ ୨୯ ସୁଦ୍ଧା ପରିବେଶ କ୍ଷତିପୂରଣ ରାଶି ବାବଦରେ ୯୩୩ କୋଟି ଟଙ୍କା ଓଡ଼ିଶା ସରକାରଙ୍କ ନିକଟରେ ଜମାଦେବାକୁ ସାରଦା ମାଇନ୍ସକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ. ବୋବ୍‌ଡେ, ଜଷ୍ଟିସ ବି.ଆର. ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନବୀନ ଜିନ୍ଦଲ ପରିଚାଳିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ)କୁ ଏସଏମ୍‌ପିଏଲର ଠାକୁରାଣୀ ଖଣିରେ ଥିବା ଉଚ୍ଚମାନର ଲୁହାପଥର ନେବାକୁ ଅନୁମତି ଦେଇଛନ୍ତି। ତେବେ ଏସଏମ୍‌ପିଏଲ ପରିବେଶ କ୍ଷତିପୂରଣ ରାଶି ୯୩୩ କୋଟି ଟଙ୍କା ଭରଣା କରିବା ପରେ ଜେଏସ୍‌ପିଏଲ ଲୁହାପଥର ନେଇପାରିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
ଓଡ଼ିଶାରେ ଥିବା ପ୍ଲାଣ୍ଟ ଲାଗି ରୋକ ଲାଗିଥିବା ସାରଦା ମାଇନ୍ସରୁ ଆଇରନ ଓର୍‌ ନ ଉଠାଇବାକୁ ଜାନୁୟାରୀ ୧୬ରେ ସୁପ୍ରିମକୋର୍ଟ ଜେଏସପିଏଲକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କୁ ପରିବେଶ କ୍ଷତିପୂରଣ ରାଶି ୯୩୩ କୋଟି ଟଙ୍କା ଦେବାକୁ ସର୍ବୋଚ୍ଚ ଅଦାଲତ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥ ପଇଠ ନ କରିବା ଯାଏ ଖଣି କାର୍ଯ୍ୟ ଆରମ୍ଭ ନ କରିବାକୁ ଅଦାଲତ କହିଥିଲେ। ସୂଚନାଯୋଗ୍ୟ, ଏସଏମ୍‌ପିଏଲ ଜେଏସପିଏଲକୁ ଉଚ୍ଚମାନର ଲୁହାପଥର ଠାକୁରାଣୀ ବ୍ଲକରୁ ଯୋଗାଇ ଦେଇଥାଏ। ତେବେ ପରିବେଶ ମଞ୍ଜୁରୀ ନ ଥିବାରୁ ୨୦୧୪ ମାର୍ଚ୍ଚ ୩୧ରୁ ଏହି ଖଣିରୁ ଲୁହାପଥର ଯୋଗାଣ ବନ୍ଦ କରି ଦିଆଯାଇଛି। ଏହି ଖଣି ଚାଲୁ କରିବାକୁ ଏସଏମ୍‌ପିଏଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶ, ନିକୋବର ଓ ଦକ୍ଷିଣ ଆଣ୍ଡାମାନ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏ ନେଇ ଶୁକ୍ରବାର ଭାରତୀୟ...

ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ...

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): କୋଭିଡ୍‌ ଟିକାକରଣ ସହ ବ୍ୟାପକ ସଚେତନତା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...

ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି

ନିରାକାରପୁର,୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ...

ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ: କଟକରୁ ପୁରୀ, ଭଦ୍ରକ ଓ ପାରାଦୀପ ଚଳାଚଳ କରିବ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ...

ଅନ୍ଧାରୁଆରେ ହେବ ଟିକା ପ୍ରସ୍ତୁତ ୟୁନିଟ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଟିକା ତିଆରି ୟୁନିଟ୍‌ ସ୍ଥାପନ ହେବ। ଏଥିରେ ୩୦୦ କୋଟି ଟଙ୍କାର ପୁଞ୍ଜିନେବଶ କରାଯିବ। ଶୁକ୍ରବାର ଲୋକସେବା ଭବନରେ...

ସଂଗ୍ରାମ ପୁଣି ଜଗତ୍‌ସିଂହପୁର ଜିଲାପାଳ

ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍‌ସିଂହପୁର ଜିଲାପାଳ ଭାବେ ନିଯୁକ୍ତ...

ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ...

Advertisement
Archives

Model This Week