Posted inଜାତୀୟ

୮ ବର୍ଷ ହେଲା ଖୋଜୁଥିଲା ପୋଲିସ: ହସ୍ପିଟାଲରେ ମୃତାବସ୍ଥାରେ ମିଳିଲା ଆସାମୀ

ନୂଆଦିଲ୍ଲୀ, ୨୭।୬: ଦୀର୍ଘ ୮ ବର୍ଷ ଧରି ଜଣେ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ପୋଲିସ ଖୋଜୁଥିଲା। ହତ୍ୟାକାରୀ ବିଷୟରେ ସନ୍ଧାନ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ସମ୍ପୃକ୍ତ ହତ୍ୟାକାରୀ ଜଣଙ୍କୁ ପୋଲିସ ମୃତାବସ୍ଥାରେ ଉଦ୍ଧାର କରିଛି। ଜୁନ୍‌ ୨୫ରେ ଆସାମୀ ଜଣଙ୍କ ଗୁରୁଗ୍ରାମରେ ଥିବା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଲା ପୂର୍ବରୁ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ, ୨୦୧୧ ଜାନୁଆରୀ ୧୧ରେ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଏକ ସଦିଗ୍ଧ ବ୍ୟାଗ୍‌ ମିଳିଥିଲା। ସେଥିରେ ଜଣେ ଯୁବତୀଙ୍କ ହାତଗୋଡ ବନ୍ଧା ମୃତଦେହ ଥିଲା। ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କ ସ୍ବାମୀ ରାଜୁ ଗେହଲଟ ହତ୍ୟା କରି ଫୋପାଡି ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଅଭିଯୁକ୍ତ ରାଜୁଙ୍କ ସନ୍ଧାନ ମିଳିପାରି ନ ଥିଲା। ଦୀର୍ଘ ୮ବର୍ଷ ପରେ ରାଜୁ ନିଜ ମା’ଙ୍କୁ ଫୋନ କରି ହସ୍ପିଟାଲରେ ଥିବାର କହିଥିଲେ। ପୋଲିସ ଖବର ପାଇ ହସ୍ପିଟାଲକୁ ଯାଇଥିଲା। ସେଠାରେ ରାଜୁଙ୍କୁ ଡାକ୍ତ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ବଡ଼ ଧରଣର ଭୂକମ୍ପ ଝଟକା; ଘରୁ ବାହାରି ଆସିଲେ ଲୋକେ, ସୁନାମି ଚେତାବନୀ ଜାରି

ଟୋକିଓ,୨୦।୪: ଜାପାନରେ ପୁଣି ଥରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର…

ଗଞ୍ଜାମର ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଉଠୁଛି ପଡୁଛି ସହର, ୨୧ ଦିନ ଧରି…

ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର।  ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା, ଜାଣନ୍ତ ବଡ଼ କାରଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି।…

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

ଆସିବେ ରାଷ୍ଟ୍ରପତି, ସଜେଇ ହେଉଛି ରାଉରକେଲା

ରାଉରକେଲା,୨୦।୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହେଉଛି ଇସ୍ପାତ ସହର। ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri