୮ ଟନ୍‌ ଚୋରି ହାର୍ଡ-କୋକ୍‌ ଜବତ

ଚୌଦ୍ୱାର,୧୮ା୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରୁ ଚୋରି ହୋଇଥିବା ଏକ ହାର୍ଡ-କୋକ୍‌ ଟ୍ରକ୍‌କୁ ଚୌଦ୍ୱାର ପୋଲିସ ୫୫ନମ୍ବର ଜାତୀୟ ରାଜପଥର କଜଳଖଣା ନିକଟସ୍ଥ ଏକ ଢାବା ସମ୍ମୁଖରୁ ଶୁକ୍ରବାର ଉଦ୍ଧାର କରିଛି। ଏହାସହ ଉକ୍ତ ଟ୍ରକ୍‌ରୁ ଚୋରି ହୋଇଥିବା ୧୭ଟନ୍‌ ହାର୍ଡ-କୋକ ମଧ୍ୟରୁ ୮ଟନ୍‌ ହାର୍ଡ-କୋକ ଉଦ୍ଧାର କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ କୋକ୍‌ ଲୋଡ଼ ହୋଇଥିବା ଗୋଟିଏ ଟାଟା ଏସିଇ ଓ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ୧୭ଟନ୍‌ ହାର୍ଡ-କୋକ୍‌ ନେଇ ଗତ ଡିସେମ୍ବର୧୯ରେ ପାରାଦ୍ୱୀପରୁ ଥେରୁଆଲି ଇମ୍ଫା କମ୍ପାନୀ ଅଭିମୁଖେ ଟ୍ରକଟି ବାହାରିଥିଲା। ନିର୍ଦ୍ଧାରିତ ଦିନ ଭିତରେ ଟ୍ରକ କମ୍ପାନୀରେ ପହଞ୍ଚତ୍ ନ ଥିବା ଖବରପାଇ ଟ୍ରକ ମାଲିକ ପାଟକୁରା ଅଞ୍ଚଳର ସୁଧୀର ଚନ୍ଦ୍ର ସାମଲ ଡ୍ରାଇଭରକୁ ଯୋଗାଯୋଗ କରିବାରେ ତା’ର ମୋବାଇଲ ସୁଇଚଅଫ୍‌ ଥିଲା। ତାଙ୍କ ନଂ. ଓଆର ୨୧ବି ୩୨୫୮ଯୁକ୍ତ ଟ୍ରକ୍‌ଟି ଡିସେମ୍ବର ୨୩ ତାରିଖ ଦିନ କଜଳଖଣା ନିକଟରେ ଥୁଆ ହୋଇଥିବା କୌଣସି ସୂତ୍ରରୁ ସୁଧୀର ଜାଣି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ରାସ୍ତାରେ ଥୁଆ ହୋଇଥିବା ଟ୍ରକ୍‌ରେ ଲୋଡ଼ ହୋଇଥିବା ହାର୍ଡ-କୋକ ଚୋରି ହୋଇଯାଇଥିବା ଏବଂ ଟ୍ରକ୍‌ରେ ଥିବା ୨ଟି ବ୍ୟାଟେରି,୨ଟି ପାଲ,ଗାଡ଼ି ଜଗ୍‌ ଓ ଜିପିଏସ୍‌ ମେଶିନ୍‌ ମଧ୍ୟ ଚୋରି ହୋଇଯାଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଚୌଦ୍ୱାର ପୋଲିସ ଗାଡ଼ିଟିକୁ ଉଦ୍ଧାର କରି ମାଲିକ ସୁଧୀରଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ କରି ଜଗତପୁର ଥାନା ପାଗା ସତ୍ୟଭାମାପୁର ଅଞ୍ଚଳରେ ଚଢ଼ାଉ କରି ୮ଟନ୍‌ କୋକ୍‌ ଲୋଡ଼ ହୋଇ ଗୋଟିଏ ସ୍ଥାନରେ ରଖାଯାଇଥିବା ଓଆର୦୨ବିକ୍ୟୁ ୮୧୯୯ ନମ୍ବରଯୁକ୍ତ ପିକ୍‌ ଅପ୍‌ ଭ୍ୟାନ୍‌ ଓ ଓଆର ୦୫ ଏସି ୦୭୩୨ ନମ୍ବରଯୁକ୍ତ ଟାଟା ଏସିଇକୁ ଜବତ କରି ଥାନାକୁ ଆଣିଛନ୍ତି । ଉକ୍ତ ଗାଡ଼ି ଦୁଇଟିର ମାଲିକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ...

ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ...

ବାଲ୍ୟବିବାହ ନିଷେଧ କର୍ମଶାଳା: ପ୍ରତି ୩ଜଣରେ ଜଣେ ଝିଅ ବାଲ୍ୟବିବାହ କରୁଛନ୍ତି

ଗଣିଆ,୨୦।୧୨(ଡି.ଏନ.ଏ.)-ଜିଲା ପ୍ରଶାସନ ନୟାଗଡ, ଆକ୍ସନଏଡ୍‌ ଓ ୟୁନିସେଫ୍‌ର ମିଳିତ ଉଦ୍ୟମରେ ଗଣିଆ ବ୍ଲକ ସଦ୍‌ଭାବନା ଗୃହ ପରିସରରେ ଗୁରୁବାର ବାଲ୍ୟବିବାହ ନିଷେଧ ସମ୍ପର୍କିତ ଏକ କର୍ମଶାଳା...

ଗରାଏ ପାଇଁ ଘଣ୍ଟାଏ

ଆଠମଲ୍ଲିକ,୩ା୬(ଡି.ଏନ.ଏ.): ଗରାଏ ପାଣି ପାଇଁ ହେବାକୁ ପଡ଼ୁଛି ବଡ଼ ଦହଗଞ୍ଜ। ନିକଟରେ ନଳକୂଅ ଥିଲେ ବି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା। ସକାଳ ହେଉ...

ମତ୍ସ୍ୟଜୀବୀଙ୍କୁ ପେଟ ଚିନ୍ତା

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ପରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଛି। ଶ୍ରମିକ, ଦିନ ମଜୁରିଆଙ୍କଠାରୁ ଆରମ୍ଭ...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ...

‘ହାଲ୍‌’ର ଦୁଇ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ

କୋରାପୁଟ,୧୧ା୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ)ରେ ଶନିବାର ଅପରାହ୍ନରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ( ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇ ହାଲରେ...

ଆସୁଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ...

Advertisement
Archives

Model This Week