୮୫ ପରୀକ୍ଷା କେନ୍ଦ୍ର, ୮ ନୋଡାଲ ସେଣ୍ଟର

ଅନୁଗୋଳ ଅଫିସ, ୧୯।୧ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହେବ। ଏ ନେଇ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲା ଶିକ୍ଷା ବିଭାଗ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତବର୍ଷ ଜିଲାରେ ମୋଟ୍‌ ୧୭ ହଜାର ୪୯୨ ଜଣ ପରୀକ୍ଷାର୍ଥୀ ୮୫ଟି କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚଳିତ ବର୍ଷ ଜିଲାର ୨୬୨ଟି ଉଚ୍ଚ ବିଦ୍ୟାଳୟର ୧୬ ହଜାର ୩୩୨ ଜଣ ରେଗୁଲାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ସେହିପରି ୨୮୯ ଜଣ ଏକ୍ସ-ରେଗୁଲାର ଓ ୨୫୪ ପତ୍ରବିନିମୟ ଛାତ୍ରୀଛାତ୍ର ପ୍ରଥମ ସିଟିଂରେ ପରୀକ୍ଷା ଦେବେ। ୬୧୧ ଜଣ ଷ୍ଟେଟ୍‌ ଓପନ୍‌ ସ୍କୁଲର ଛାତ୍ରୀଛାତ୍ର ଓ ୬ ଜଣ ମଧ୍ୟମା ଛାତ୍ରୀଛାତ୍ର ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୬୧୧ ଜଣ ଷ୍ଟେଟ ଓପନ୍‌ ସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ କୁଲାଡ଼, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବିଜିଗୋଳ ଓ ଫପଣ୍ଡ ଉଚ୍ଚ ବିଦ୍ୟାଳୟ ପାଲଲହଡ଼ାରେ ସେଣ୍ଟର ଖୋଲାଯିବ। ପ୍ରଥମ ସିଟିଂ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ୮୫ଟି ସେଣ୍ଟର ମଧ୍ୟରୁ ଅନୁଗୋଳ ବ୍ଲକରେ ୧୬, ତାଳଚେରରେ ୮, ବଅଁରପାଳରେ ୮, ଆଠମଲ୍ଲିକରେ ୧୦, କିଶୋରନଗରରେ ୯, ଛେଣ୍ଡିପଦାରେ ୧୨, କଣିହଁା ୧୨ ଓ ପାଲଲହଡ଼ା ବ୍ଲକରେ ୧୦ଟି ସେଣ୍ଟର ରହିଛି। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖିବା ପାଇଁ ୮ଟି ଯାକ ବ୍ଲକ ହେଡକ୍ବାର୍ଟର ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ଦିନ ସକାଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ। ପରୀକ୍ଷା ପରିଚାଳନା କରିବାକୁ ୮୫ ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ୯୫ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ମୋଟ୍‌ ୧୦୬୦ ପରୀକ୍ଷକ ନିୟୋଜିତ ହେବେ। ଜିଲାର ଅତିସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଆଦ ନ ଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ୨୫ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ବ୍ୟବସ୍ଥା କରାଯାଇଥିବା ବୋର୍ଡକୁ ଅବଗତ କରାଯାଇଛି। ସେଥିରୁ ଅନୁଗୋଳର ୨ଟି, ଆଠମଲ୍ଲିକର ୪ଟି, ବଅଁରପାଳର ଗୋଟିଏ, ଛେଣ୍ଡିପଦାର ୩, କଣିହଁାରେ ୮, କିଶୋରନଗରର ୩ ଓ ପାଲଲହଡ଼ା ବ୍ଲକର ୪ଟି କେନ୍ଦ୍ର ଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମୁକୋଳି ଖାଇବାକୁ ଯାଇ ଚାଲିଗଲା ବାଳକଙ୍କ ଜୀବନ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ...

କୁମ୍ଭାରିଆ, ବାଉରି ସେତୁ ଉଦ୍‌ଘାଟିତ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ଓ ଜେରେଙ୍ଗ ଦେହୁରୀସାହିଠାରେ ମଙ୍ଗଳବାର ଦୁଇଟି ସେତୁ ଉଦ୍‌ଘାଟିତ ହୋଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର...

ପଦାରେ ପଡ଼ିଲା କଂଗ୍ରେସର ଦୁର୍ବଳତା

ଅନୁଗୋଳ ଅଫିସ,୮ା୩ ପୌର ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ୍‌ ହୋଇପଡ଼ିଛି। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା...

କାରଖାନା ପରିସରରେ ମହିଳା ଶ୍ରମିକଙ୍କୁ ହତ୍ୟା

ଓଡାପଡା,୬ା୭(ଡି.ଏନ.ଏ)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ ବିଏସ୍‌ଏଲ୍‌ କାରଖାନା ପରିସରରେ ମହିଳା ଠିକା ଶ୍ରମିକ ଜଲି ସାହୁ(୩୦)ଙ୍କୁ ସୋମବାର ହତ୍ୟା କରାଯାଇଛି। ଜଲିଙ୍କ ସହ...

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ବଇଣ୍ଡା,୨୨।୧ (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶୁକ୍ରବାର ଏକ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଲଲିତ ମୋହନ ବେହେରାଙ୍କ...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଭାଲୁ ସଙ୍ଗେ ଲଢ଼ିଲେ ସ୍ବାମୀ

ଅନୁଗୋଳ ଅଫିସ,୧୯ା୭:ସ୍ତ୍ରୀଙ୍କ ଜୀବନ ରକ୍ଷା କରିବାକୁ ଭାଲୁ ସହ ଲଢ଼େଇ କରିଛନ୍ତି ସ୍ବାମୀ। ଏଥିରେ ସ୍ବାମୀ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି।...

ଉନ୍ନତି ଦିଗକୁ ଉପେକ୍ଷା

ଅନୁଗୋଳ ଅଫିସ, ୮ା୮: ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ବଅଁରପାଳ, ଛେଣ୍ଡିପଦା ଓ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ...

ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ...

Advertisement
Archives

Model This Week