୮୪ ଏୟାରପୋର୍ଟରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ,୩-୬: ସିଭିଲ ଏଭିଏଶନ ସିକ୍ୟୁରିଟି ବ୍ୟୁରୋ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟକୁ ଏପ୍ରିଲରେ ଏକ ସର୍କୁଲାର ପଠାଯାଇଛି। ସାରା ଦେଶର ୮୪ ଏୟାରପୋର୍ଟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ବଡ଼ି ସ୍କାନର ଲଗାଇବାକୁ ଏଥିରେ କୁହାଯାଇଛି। ଏହାପରେ ଯାଞ୍ଚ ଲାଗି ଲଗାଯାଇଥିବା ମେଟାଲ ଡିଟେକ୍ଟରକୁ ହଟାଇ ନିଆଯିବ। ସୁରକ୍ଷା କର୍ମଚାରୀମାନେ ବଡ଼ି ସ୍କାନର ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା(ଏସ୍‌ଓପି) ପାଳନ କରିବାକୁ ବାଧ୍ୟ ରହିବେ। ସ୍କାନର ମେଶିନ ଯାଞ୍ଚ ବେଳେ ଶରୀରର ଏକ ଗ୍ରାଫିକ୍ସ ଇମେଜ ଜେନେରେଟ କରିବ। ଶରୀରରେ ସନ୍ଦେହଜନକ ବସ୍ତୁ ଥିବାର ଦେଖାଗଲେ ଏହା ହଳଦିଆ ରଙ୍ଗରେ ଦୃଷ୍ଟିଗୋଚର ହେବ। ସ୍କାନରରେ ଯାଞ୍ଚ ପୂର୍ବରୁ ଯାତ୍ରୀଙ୍କୁ ମୋଜା,ଜ୍ୟାକେଟ, ମୋଟା କପଡା, ବେଲ୍ଟ ଆଦି ସାମଗ୍ରୀ କାଢିବାକୁ ହେବ। ଏକ ରିପୋର୍ଟ ମୁତାବକ ଦେଶରେ ଏବେ ୧୦୫ ଅପରେଶନାଲ ଏୟାରପୋର୍ଟ ରହିଛି। ତନ୍ମଧ୍ୟରୁ ୨୮ ଅତି ସମ୍ବେଦନଶୀଳ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ବ୍ୟତୀତ ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବ ଭାରତର ବିମାନବନ୍ଦରଗୁଡ଼ିକ ରହିଛି। ଏହାଛଡ଼ା ୫୨ ଏୟାରପୋର୍ଟକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଖିମ୍‌ଜୀରେ ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’

ଭୁବନେଶ୍ୱର,୧୮।୧୨: ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଶେଷ ତଥା ନୂତନ ବର୍ଷକୁ ଭିନ୍ନ ଢଙ୍ଗରେ ସ୍ବାଗତ...

କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ...

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ...

ଜିମ୍‌ନିର ଦୁଇଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେଣ ନିର୍ମିତ ନ୍ୟୁ ଜିମ୍‌ନିର ସର୍ବଭାରତୀୟ...

ଚିନ୍ତାରେ ସୁନା ଶିଳ୍ପ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଏହାର ଅଣ୍ଟାକୁ ଭାଙ୍ଗି ଦେଇଛି। ଏହି ସମୟରେ ସୁନା ଦର ଲଗାତର...

ଷ୍ଟାର୍ଟଅପ୍‌ ସମୃଦ୍ଧି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨।୧୨:ସାରା ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ଗତ...

ବ୍ରିଜ୍‌ ପ୍ରକଳ୍ପ ପାଇଁ ନାବାର୍ଡର ୩୦୩ କୋଟି

ଭୁବନେଶ୍ୱର,୭ା୧୦:  ରାଜ୍ୟ ମଧ୍ୟରେ ୨୪ ବ୍ରିଜ୍‌ ନିର୍ମାଣ ଲାଗି ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ୩୦୩ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦେଇଛି।...

ପେଟ୍ରୋଲ ପୁଣି ୧୦ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଚଳିତ ସପ୍ତାହ ବୁଧବାର ଦର ବୃଦ୍ଧି ହୋଇ ନ ଥିବା ବେଳେ ଗୁରୁବାର...

Advertisement
Archives

Model This Week