୮ରେ ଧର୍ମଘଟ ପାଇଁ ସିଟୁର ଆହ୍ବାନ

ବାଲିଆ,୨୬ା୧୨: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ସିଟୁ ଜିଲା କମିଟି ତରଫରୁ ବିରିଡି ବ୍ଲକର ଧ୍ୟାନକୁଦଠାରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଶ୍ରମିକ ସ୍ବାର୍ଥ ବିରୋଧୀ ଭାଜପା ସରକାରଙ୍କୁ ଦୃଢ ଜବାବ ଦେବା ଉଦ୍ଦେଶ୍ୟରେ ଜାନୁୟାରୀ ୮ରେ ସାଧାରଣ ଧର୍ମଘଟ କରାଯିବ ବୋଲି ଆହ୍ବାନ ଦିଆଯାଇଛି। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ରାଜ୍ୟ ଉପସଭାପତି ତଥା ଜଗତସିଂହପୁର ଜିଲା ସଭାପତି ଲୋଭାକାନ୍ତ ସ୍ବାଇଁ ଏହାର ନେତୃତ୍ୱ ନେବା ସହ ବକ୍ତବ୍ୟରେ କହିଥିଲେ, ଭାଜପା ସରକାର କ୍ଷମତାସୀନ ହେବା ଦିନଠାରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ନ ମାନି ଏକ ମୌଳବାଦି ରାଷ୍ଟ୍ରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସରକାର ନିକଟରେ ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ ଆଇନ (ଏନଆରସି) ପରିବର୍ତ୍ତନ କରିବା ଦ୍ୱାରା ବୁଦ୍ଧିଜୀବୀ, ଛାତ୍ର, ଯୁବକ ଓ ସାଧାରଣ ଜନତା ଏହାର ପ୍ରତିବାଦ କରୁଛନ୍ତି। ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ପରିବର୍ତ୍ତନ କରିବା ଦ୍ୱାରା ନିର୍ମାଣ ଶ୍ରମିକ, କଳକାରଖାନର ଶ୍ରମିକ, ଅସଂଗଠିତ ଶ୍ରମିକ ହାସଲ କରିଥିବା ଅଧିକାରଗୁଡିକୁ ସେମାନେ ହରାଇବାକୁ ଯାଉଛନ୍ତି।
ବର୍ତ୍ତମାନ ଦେଶବାସୀ ଆକାଶ ଛୁଆଁ ଦରଦାମ ବୃଦ୍ଧିରେ ପେଶି ହେଉଥିବାବେଳେ କୋଟିକୋଟି ଯୁବକ କର୍ମ ସଂସ୍ଥାନ ନ ପାଇ ବେକାର ଜୀବନ ବିତାଉଛନ୍ତି। ତେଣୁ ଏସବୁ ଶ୍ରମିକ ସ୍ବାର୍ଥ ବିରୋଧୀ ହୋଇଥିବାରୁ ଶ୍ରମିକ ୟୁନିୟନ ସାଧରଣ ଧର୍ମଘଟକୁ ଓଲ୍ଲାଇବା ସହ ମାସକୁ ମଜୁରୀ ୨୧ ହଜାର, ସର୍ବନିମ୍ନ ପେନସନ ୧୦ହଜାର, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ସ୍କିମରେ କାମ କରୁଥିବା ଆଶା ଓ ପାଚିକାଙ୍କୁ ଶ୍ରମିକର ମାନ୍ୟତା ସହିତ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବି ଉପସ୍ଥାପନ କରିବ ବୋଲି ସୂଚନା ଦିଆଯାଇଛି। ଧର୍ମଘଟରେ ସବୁସ୍ତରର ଶ୍ରମିକ ଯୋଗଦେବା ପାଇଁ ଆହ୍ବାନ ଦିଆଯାଇଥିଲା। ଶ୍ରମିକ ନେତା ବସନ୍ତ କୁମାର ମାଝି, ଯୁଧିଷ୍ଟିର ଦାସ, ଗଣେଶ ଚନ୍ଦ୍ର ମାଣିଆ, ବାମଦେବ ସ୍ବାଇଁ, ଭାସ୍କର ନାୟକ, ବିଜୟ କୁମାର ଭୂୟାଁ, ନିର୍ମାଣ ଶ୍ରମିକ ଜିଲା ସମ୍ପାଦକ ବେଣୁଧର ବାରିକ, ଶମିକ ନେତା ନଟବର ପଲେଇ, ଯୁଗ୍ମ ସମ୍ପାଦକ ଶରତ ବେହେରା, ଆଶାନେତ୍ରୀ ଲକ୍ଷ୍ମିପ୍ରିୟା ମହାପାତ୍ର, କୁନିଲତା ମଲ୍ଲ ପ୍ରମୁଖ ଯୋଗଦେଇ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri