୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜେନେଭା, ୧୮।୬: ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ହୋଇଥିବା ଭୋଟିଂରେ ୧୯୩ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ। ଭାରତ ସପକ୍ଷରେ ୧୮୪ ଦେଶ ନିଜର ସମର୍ଥନ ଦେଇଥିଲେ। ଆମେରିକା ଏନେଇ ଭାରତକୁ ସ୍ବାଗତ କରିଛି। ଭାରତ ସହିତ ମିଶି ପୃଥିବୀରେ ସୁରକ୍ଷା ଏବଂ ଶାନ୍ତି କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଆମେରିକା କହିଛି। ଭାରତ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଭାରତର କାର୍ଯ୍ୟକାଳ ୨୦୨୧ ଜାନୁୟାରୀ ୧ରୁ ଆରମ୍ଭ ହେବ। ଏହା ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଏବଂ ୨୦୧୧-୧୨ରେ ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରି ସାରିଛି। ଭାରତ ସହିତ ଅୟାରଲାଣ୍ଡ, ମେକ୍ସିକୋ ଏବଂ ନରଓ୍ବେ ମଧ୍ୟ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବିାଚିତ ହୋଇଛନ୍ତି। ସୂଚନାଯୋଗ୍ୟ,ଜାତିସଂଘ ସୁରକ୍ଷା ପରିଷଦରେ ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରେ ୫ ସ୍ଥାୟୀ ଥିବାବେଳେ ୧୦ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର

ବ୍ରୁସେଲ୍ସ,୨୦।୩: ବେଲ୍‌ଜିୟମର ଏକ ସହରରେ ରବିବାର ଏକ ମନୋରଞ୍ଜନ ଉତ୍ସବ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି।...

ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଫାଇନ୍‌

ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ...

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି।...

୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ...

୧୭ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ…

କ୍ୱିଭ୍‌, ୩୦।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ନେଇ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ୟୁକ୍ରେନର ବହୁ ସହର ଧ୍ୱଂସ ହୋଇଯାଇଛି। ତେବେ ଏବେ...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

Advertisement
Archives

Model This Week