୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮, ଫୁଲବାଣୀ ୮.୫, ସୋନପୁର ୯ ଓ କେନ୍ଦୁଝର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ବିଭିନ୍ନ ଜିଲାରେ ସ୍ବଳ୍ପ ପରିମାଣର ବର୍ଷା ହେବା ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଗୁରୁବାର ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୦ ଜିଲାରେ କୋହଲା ପବନ ସହିତ ବଜ୍ରପାତ ହୋଇପାରେ। ତେଣୁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ଘନ କୁହୁଡ଼ି ନେଇ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳ।


Enter your email to get our daily news in your inbox.

All Right Reserved By Dharitri.Com

ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ

ପାତ୍ରପୁର,୨୭ା୧୧(ଡି.ଏନ୍‌.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ...

ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

ସମ୍ବଲପୁର, ୧।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ବି.କେ. ପାଣ୍ଡିଆନ ଗୁରୁବାର ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ...

ଜନ୍ମଦିନ ସଂଚିତ ଅର୍ଥ ଦାନ କଲେ ୪ ବର୍ଷିୟା ସୁହାନି

ଗୋପ,୨୮ା୪(ଡି.ଏନ.ଏ): କରୋନା ମୁକାବିଲା ପାଇଁ ସଂଗଠନ, ବିଶିଷ୍ଟ ବ୍ୟକ୍ତି ସରକାର ପାଣ୍ଠିକୁ ସହାୟତା କରୁଥିବାବେଳେ ମଙ୍ଗଳବାର ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳର ୪ ବର୍ଷିୟା...

ନିଯୁକ୍ତି ଦେବାରେ ଓଡ଼ିଶା ବିଫଳ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଗତ ୬ ବର୍ଷର ସବୁଠାରୁ ରେକର୍ଡସ୍ତରକୁ...

ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼ ଅଫିସ,୨୫।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବୀରମାଲ ନିକଟ ପୋଢ଼ମୁଣ୍ଡା ଗ୍ରାମରେ ବୁଧବାର ରାତିରେ କୀଟନାଶକ ପିଇ ଜଣେ ଯୁବଚାଷୀ ବୈଷ୍ଣବ ଭୁଏ(୨୭) ଆତ୍ମହତ୍ୟା...

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟ ସିଲ୍‌

ଭୁବନେଶ୍ୱର,୧୨।୫(ବ୍ୟୁରୋ): ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି।  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍‌...

୩ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା

ଭୁବନେଶ୍ୱର,୯। ୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ...

କୁର୍ନୁଲରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିଲେ ୬୭୬ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୭ା୫- ଆନ୍ଧ୍ରପ୍ରଦେଶର କୁର୍ନୁଲଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚତ୍ଥିଲା। ଏହି ଟ୍ରେନ୍‌ରୁ ୬୭୬...

Play 250+ Trending Games
Archives

Model This Week

Why Dharitri