Posted inଫୁରସତ

୭ ବର୍ଷର ବାଳକଙ୍କ ଅଜବ କାରନାମା: ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଖେଳୁଛନ୍ତି ଫୁଟବଲ୍‌

ବୟସ ମାତ୍ର ୭ ବର୍ଷ। ନାଁ ଆରାତ୍‌ ହୋସେଇନି। ଇରାନର ଏହି ବାଳକ ଜଣଙ୍କ କଅଁଳ ବୟସରେ ନିଜ ଅଜବ କାରାନାମାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଚମତ୍କାର ଫୁଟବଲ୍‌ ଖେଳୁଛନ୍ତି ଆରାତ୍‌। କେବଳ ଏତିକି ନୁହେଁ, ସମରସଲ୍ଟଠାରୁ ଆରମ୍ଭ କରି ବ୍ୟାକଫ୍ଲିପ୍‌ ତଥା ୧୦ ଫୁଟ ଉଚ୍ଚତାର କାନ୍ଥ ଉପରକୁ ବିନା ସହାୟତାରେ ଚଢି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର ଅଛନ୍ତି। ଆରାତଙ୍କ ପିତା ମହମ୍ମଦ ଓ ମା’ ଫାତେମେ କୁହନ୍ତି, ଏହି ଆରାତ ୯ ମାସର ହୋଇଥିବା ବେଳେ ଜିମନାଷ୍ଟିକ ପୋଜ ଅଭ୍ୟାସ କରିଆସୁଛନ୍ତି। ଏଥିପାଇଁ କୌଣସି ପ୍ରଫେସନାଲ ଟ୍ରେନିଂ ମଧ୍ୟ ନେଇନାହାଁନ୍ତି । ଘରେ ପ୍ରତିଦିନ ୧୦ରୁ୨୦ ମିନିଟ ଅଭ୍ୟାସ କରନ୍ତି। ଆରାତଙ୍କୁ ବ୍ୟାକୱାର୍ଡ ସମରସଲ୍ଟ କରିବାକୁ ବେଶୀ ଭଲ ଲାଗେ। ଆଗକୁ ସେ ଜଣେ ଫୁଟବଲର୍‌ ହେବାକୁ ଇଚ୍ଛା କରିଛନ୍ତି। ଏବେ ଠାରୁ ସେ ଫୁଟବଲ୍‌ ଖେଳିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଆରାତ୍‌ଙ୍କ ଜଣେ ବଡ ଫ୍ୟାନ୍‌। ସେ ଥରେ ତାଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା...

ଉଚ୍ଚ ପାହାଚର ରେଲିଂ ଦେଇ ତଳକୁ ଖସୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨୦ ବର୍ଷ ପରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ

ଅହମ୍ମଦାବାଦ: ଦୁର୍ଘଟଣାରେ ଜଣେ ପଙ୍ଗୁ ହୋଇଯିବା ପରେ ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷତିପୂରଣ ପାଇବା ଘଟଣା ଏବେ ସାମନାକୁ ଆସିଛି। ଗୁଜରାଟର ଅହମ୍ମଦାବାଦରେ ରହୁଥିବା...

ଆମ୍ବର ଦାମ୍‌ ଜାଣିଲେ…

ଆମ୍ବ ପ୍ରେମୀମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ପ୍ରଜାତିର ଆମ୍ବ ଖାଇବାର ମଜା ନେଉଛନ୍ତି। କିଛି ଆମ୍ବ ମାର୍ଚ୍ଚରୁ ବଜାରକୁ ଆସିଥିବା ବେଳେ ଏବେ ବର୍ଷା ଆରମ୍ଭରେ...

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ।...

ସାର୍କ ସହ ୮ ବର୍ଷର ବାଳକ କଲେ ଲଢ଼େଇ, ଶେଷରେ…

କିଏ ସମୁଦ୍ରରେ ପହଁରିବାକୁ ତ କିଏ ସମୁଦ୍ର କୂଳରେ ସମୟ ବିତାଇବାକୁ ଭଲ ପାଏ। ତଥାପି ସମୁଦ୍ର କୂଳରେ ନାନା ବିପଦ ରହିଛି। ଏବେ ଜଣେ...

୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ...

ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ...

Advertisement
Archives

Model This Week