୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାଛଡା ଝାଡଖଣ୍ଡ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ତେବେ ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, କୋରାପୁଟ, ବରଗଡ, ବଲାଙ୍ଗୀର, ସୋନପୁର ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୪ ତାରିଖ ଯାଏ ପଶ୍ଚିମ ଏବଂ ଉତ୍ତର ଓଡିଶାରେ ବର୍ଷା ପରିମାଣ ବୃଦ୍ଧିପାଇବ ା ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡାରେ ସର୍ବାଧିକ ୧୩୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୪୩.୮, ପାରାଦୀପ ୧୪.୮, ବାରିପଦା ୪୧.୬, ଭୁବନେଶ୍ୱର ୪୦.୮, ସମ୍ବଲପୁର ୩୯.୯, ସୁନ୍ଦରଗଡ ୧୦୦, ହୀରାକୁଦ ୪୧.୩, ତାଳଚେର ୧୯, ଚାନ୍ଦବାଲି ୧୭.୪, ବଲାଙ୍ଗୀର ୨୮ ଏବଂ କୋରାପୁଟରେ ୧୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି

ବ୍ରହ୍ମଗିରି, ୭ା୬(ଡି.ଏନ.ଏ): ମାନବୀୟ ରିତିନୀତି ଭଳି ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବ ଦମ୍ପତ୍ତି। ଶୁଭ ଶୁଙ୍ଗ ସହ ହୁଳ ହୁଳରେ ପ୍ରକମ୍ପିତ ହେଉଥାଏ ଦେବାଳୟ।...

ଓଡ଼ିଶାରେ ୩ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ: ପର୍ଯ୍ୟଟନ ଶିଳ୍ପ ହରାଇବ ୭୦% ନିଯୁକ୍ତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦେଶ ଓ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ପୂରାପୂରି ବଦଳାଇ ଦେଇଛି କୋଭିଡ୍‌-୧୯। ପର୍ଯ୍ୟଟନ ଶିଳ୍ପ ସହ ଏହାସହ ଜଡ଼ିତ ମାନବସମ୍ଭଳ କରୋନା ପାଇଁ ସବୁଠାରୁ...

ଜାତୀୟ ସ୍ବାର୍ଥକୁ ଦେଖି ନିଷ୍ପତ୍ତି ହେଉ

ପୁରୀ ଅଫିସ,୨୫ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁ ପାରୁନାହାନ୍ତି ଭକ୍ତ। ମାସେରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଏବେ ମହାପ୍ରଭୁଙ୍କ...

ଓଡ଼ିଶାକୁ ମିଳିବ ଆଇକନିକ ଐତିହ୍ୟ ମାନ୍ୟତା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶା ଓ ଓଡ଼ିଆବାସୀଙ୍କ ପାଇଁ ଖୁସି ଖବର। କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏ ନେଇ ସୂଚନା...

ଆଜି ରାଜ୍ୟରୁ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୯ା୧(ବ୍ୟୁରୋ): ରବିବାର ରାଜ୍ୟରୁ ୪୭୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୦,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ହାଇକୋର୍ଟକୁ ସ୍ଥାନାନ୍ତର ହେବ ସ୍ୟାଟ୍‌ ମାମଲା

କଟକ ଅଫିସ,୫।୧୨: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ପ୍ରକ୍ରିୟା ଆଉ ପାଦେ ଆଗେଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ବେଞ୍ଚରେ ପଡ଼ି ରହିଥିବା ମାମଲାକୁ ହାଇକୋର୍ଟକୁ...

ସରକାରୀ କର୍ମଚାରୀଙ୍କୁ ମିଡିଆ କଟକଣା: ମତାମତ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସରକାରୀ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରକାର ମନ୍ତବ୍ୟ, ଲେଖା କିମ୍ବା ବିବୃତି ଗଣମାଧ୍ୟମକୁ ଦେଇପାରିବେ ନାହିଁ। ଏହା ଓଡ଼ିଶା...

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

Advertisement
Archives

Model This Week