୭୫% ଉପସ୍ଥାନ ନ ଥିଲେ ପରୀକ୍ଷା ମନା

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି କଲେଜ ଛାତ୍ରୀଛାତ୍ର। ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରୀଛାତ୍ର ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିୟମକୁ ତୁରନ୍ତ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ଏଣିକି ସମସ୍ତ କଲେଜ ଛାତ୍ରୀଛାତ୍ରମାନଙ୍କର ଶ୍ରେଣୀରେ ଉପସ୍ଥାନ ଅତିକମ୍‌ରେ ୭୫ ପ୍ରତିଶତ ରହିବା ଆବଶ୍ୟକ। ଯଦି କୌଣସି ଛାତ୍ରୀଛାତ୍ରଙ୍କର ଏହାଠୁ କମ୍‌ ଉପସ୍ଥାନ ରହେ ତେବେ ତାଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କୁ ଏକ୍ସଟ୍ରା କ୍ଲାସ୍‌ କରି ତାହାକୁ ପୂରଣ କରିବାକୁ ହେବ। ତେଣୁ ଏ ନେଇ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଆଗୁଆ ସଚେତନ କରାଇବା ପାଇଁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ସଚିବ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri