Posted inଜାତୀୟ

୭୩ ବର୍ଷରେ ଭାରତ ଆସିଛନ୍ତି ୬ ଆମେରିକା ରାଷ୍ଟ୍ରପତି: ଟ୍ରମ୍ପ ୭ମ

ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜୋର୍‌ସୋର୍‌ ପ୍ରସ୍ତୁତି ଜାରି ରହିଛି।  ଭାରତ ସ୍ବାଧୀନ ହେବାର ଗତ ୭୩ ବର୍ଷ ମଧ୍ୟରେ ୬ ଜଣ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍‌ଙ୍କୁ ମିଶାଇଲେ ଏହି ସଂଖ୍ୟା ୭ ହେବ। ୧୯୫୯ ଡିସେମ୍ବରରେ ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡି. ଆଇଜନହାଓ୍ବର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ସେ ଭାରତୀୟ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇଥିଲେ। ତାଜମହଲ ଦେଖିବା ପାଇଁ ଆଇଜନହାଓ୍ବର ଆଗ୍ରା ଗସ୍ତ କରିଥିଲେ। ଏହା ସହିତ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ରାଲିକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ। ୧୯୬୯ ଜୁଲାଇ ୩୧ରେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକସନ୍‌ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ସେ ଭାରତରେ ୨୨ ଘଣ୍ଟା ବିତାଇ ପାକିସ୍ତାନ ଗସ୍ତରେ ଯାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହିତ ନିକସନ୍‌ଙ୍କ ସମ୍ପର୍କ ଭଲ ନ ଥିଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଭାରତକୁ ଧମକ ଦେବା ସହିତ ପାକିସ୍ତାନ ସହାୟତା ପାଇଁ ନୌସେନା ମଧ୍ୟ ପଠାଇଥିଲେ। ତେବେ ରୁଷିଆ ଭାରତକୁ ସମର୍ଥନ କରିବାକୁ ଆମେରିକା ପଛକୁ ହଟିଥିଲା। ୧୯୭୮ ଜାନୁୟାରୀରେ ଆମେରିକା ରାଷ୍ଟ୍ରପତି ଜିମି କାର୍ଟର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ୨୦୦୦ ମାର୍ଚ୍ଚରେ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଭାରତ ଗସ୍ତରେ ଆସିଥିଲେ। ସେ ଭାରତରେ ୫ ଦିନ ବିତାଇଥିଲେ। ସେତେବେଳେ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଥିଲେ। କ୍ଲିଣ୍ଟନ ଦିଲ୍ଲୀ, ଜୟପୁର, ଆଗ୍ରା, ହାଇଦ୍ରାବାଦ୍‌ ଏବଂ ମୁମ୍ବାଇ ବୁଲିଥିଲେ। ପାକିସ୍ତାନରେ ସେ ମାତ୍ର ୫ ଘଣ୍ଟା ବିତାଇ ସ୍ବଦେଶ ଫେରିଥିଲେ। ୨୦୦୬ ମାର୍ଚ୍ଚ ୧ରେ ଜର୍ଜ ଡବ୍ଲ୍ୟୁ ବୁଶ୍‌ ଭାରତ ଗସ୍ତରେ ଆସି ମାର୍ଚ୍ଚ ୩ ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହିତ କେତେକ ବୁଣାମଣା ମଧ୍ୟ ହୋଇଥିଲା। ଭାରତ ପରମାଣୁ ଚୁକ୍ତିରେ ସ୍ବାକ୍ଷର କରିଥିଲା। ୨୦୧୦ ନଭେମ୍ବର ୬ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ। ସେ ୯ ତାରିଖ ପର୍ଯ୍ୟନ୍ତ ଭାରତରେ ବିତାଇଥିଲେ। ସେହିପରି ବାରାକ ଓବାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ୨୦୧୫ ଜାନୁୟାରୀ ୨୫ରୁ ୨୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥିଲେ। ଏବେ ଟ୍ରମ୍ପ୍‌ ୭ମ ଆମେରିକା ରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ସଂଶୋଧିତ ଆଇଟି ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ ତଲବ…

ମୁମ୍ବାଇ,୧୧।୪ : ସୋସିଆଲ ମିଡିଆରେ ମିଥ୍ୟା ଖବର ଚିହ୍ନଟ ପାଇଁ ଆଇଟି ନିୟମରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ହାସ୍ୟ...

ରାଜ୍ୟ ସଭାରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଛୁଇଁଲା

ନୂଆଦିଲ୍ଲୀ,୧।୪: ଆସାମ, ତ୍ରିପୁରା ଏବଂ ନାଗାଲାଣ୍ଡରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଭାଜପା ଗୋଟିଏ ଲେଖାଏ ଆସନ ଜିତିଛି। ଏହା ଫଳରେ ରାଜ୍ୟ ସଭାରେ...

ଆମେରିକାଠାରୁ ତୋପ କିଣିବ ଭାରତ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍‌ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି।...

ବୀର ସଭରକରଙ୍କ ନାତି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୪।୧: ବିନାୟକ ଦାମୋଦର ସଭରକରଙ୍କ ନାତି ରଞ୍ଜିତ ସଭରକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗଡ଼ିଯାଇଛି। ଉଚ୍ଚ ରକ୍ତଚାପ ବଢ଼ିଯିବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇସ୍ଥିତ ରହେଜା ଫୋର୍ଟିସ୍‌...

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ,...

ବିକାଶ ପାଇଁ ନୂତନ ରାସ୍ତା ପ୍ରସ୍ତୁତ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୯।୧୨: ଦେଶର ସାମୁହିକ ବିକାଶ ପାଇଁ ଭାରତ ଯୋଜନାବଦ୍ଧ ଭାବେ ଉଦ୍ୟମ ଅବ୍ୟାହତ ରଖିଛି। ବିକାଶ ଧାରା ଜାରି ରଖିବା ଲାଗି ଭାରତ ନୂତନ ରାସ୍ତା...

ମୋଦିଙ୍କୁ ଖୁସି କରିବା ମମତା ଦିଦିଙ୍କ ଲକ୍ଷ୍ୟ: ଅଧିର ରଞ୍ଜନ…

ନୂଆଦିଲ୍ଲୀ,୨୦।୩ : ୨୦୨୪ ନିର୍ବାଚନ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା...

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ...

Advertisement
Archives

Model This Week