୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର ଶିକାର ହେଉଛନ୍ତି ବୋଲି କହିଛନ୍ତି ଶୁଶ୍ରୂଷା ହସ୍ପିଟାଲ, ମୁମ୍ବାଇର ଚିକିତ୍ସକ ପି.ଜି ତଲଓ୍ବାର । ଏହା ମଧ୍ୟ କିଛି କ୍ରୋନିକ୍‌ ଡିଜିଜର କାରଣ ବି ହେଉଛି। ଭାରତରେ ୮୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହୁଛି ଓ ଏହାଯୋଗୁ ସେମାନଙ୍କ ସନ୍ତାନ ଜନ୍ମହେବା ପରେ ଏହି ସମସ୍ୟାର ଶିକାର ହେଉଛନ୍ତି। ବୟସ୍କମାନେ ଭିଟାମିନ୍‌ ଡି’ ଅଭାବରେ ରହିଲେ ସେମାନଙ୍କ ଅସ୍ଥି ଓ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ ବୋଲି କହିଛନ୍ତି ଆବୋଟ୍‌ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀରୂପ ଦାସ। ମୁମ୍ବାଇର ୧,୫୦୮ ଜଣଙ୍କୁ ଅନୁଧ୍ୟାନରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୪.୨ ପ୍ରତିଶତ ଡାଇବେଟିସ ଓ ୮୨.୬ ପ୍ରତିଶତ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। ଏହା ସହ ୭୬ ପ୍ରତିଶତ ଥାଇରଏଡ୍‌ ସମସ୍ୟା ଓ ୮୨ ପ୍ରତିଶତ ମେଦବହୁଳତାର ଶିକାର ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ସବୁ ସ୍ବାସ୍ଥ୍ୟଗତ ସମସ୍ୟା ଭିଟାମିନ ଡି’ ଅଭାବ ଯୋଗୁ ହେଉଛି ବୋଲି କହିଛନ୍ତି ଡ. ତଲଓ୍ବାର। ଭାରତରେ ଅଧିକାଂଶ ଲୋକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ନଆସିବା ଓ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ସେମାନେ ଭିଟାମିନ ଡି’ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବାଦ୍‌ ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ତ୍ୱଚା ଭିଟାମିନ୍‌ ଡି ’ଗ୍ରହଣ କରିବାରେ ବାଧା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଷା ଖାଇଗଲେ ୫୮୧ କିଲୋଗ୍ରାମ୍‌ ଗଞ୍ଜେଇ…

ମଥୁରା,୨୪।୧୧ : ଉତ୍ତରପ୍ରଦେଶରେ ମଥୁରା ପୋଲିସର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ପୋଲିସର ଏହି ରିପୋର୍ଟକୁ ବିଶ୍ୱାସ କରିବା କଷ୍ଟକର ହୋଇପଡିଛି। ପୋଲିସ...

ସିଗାରେଟ୍‌ ଟାଣୁ ଟାଣୁ ଲଗାଇଲେ ରକେଟକ୍‌ ବାଣ

ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର...

ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!

ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ...

ଆଜ୍‌ମାର ଘରୋଇ ଉପଚାର

ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ...

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ...

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ...

ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ...

Advertisement
Archives

Model This Week