୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଉତ୍କଳ ମଣ୍ଡପରେ ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି। ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’କୁ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ଭାବେ ପୁରସ୍କୃତ କରାଯାଇଛି। ‘ପେନ୍‌ସନ’ ପାଇଁ ପ୍ରଯୋଜକ ମାଥ୍ୟୁଜେନି ଜୋସେଫ୍‌ ଓ ଶିଲାକ୍ରିଷ୍ଣା ଶୁକ୍ଳା ଏବଂ ‘ପାଇକ ବିଦ୍ରୋହ’ର ନିର୍ଦ୍ଦେଶକ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ସମ୍ମାନିତ ହୋଇଛନ୍ତି। ସେହିପରି ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ’କୁ ‘ଶ୍ରେଷ୍ଠ ଟେଲି ଧାରାବାହିକ’ ଓ ଏହି ଧାରାବାହିକର ହରିଶ୍‌ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ସମ୍ମାନିତ କରାଯାଇଛି। ‘ପେନ୍‌ସନ’ ପାଇଁ ଜୟନ୍ତ ସାନ୍ତ୍ରାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ରହିଛି ରହିବି ତୋରି ପାଇଁ’ର ସୋଫିଆ ସିକନ୍ଦର ଆଲାମ ଓ ‘କମଲି’ର ସୋନାଲି ନାୟକଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି। ଟେଲି ଧାରାବାହିକ ‘କମଲି’ର ମହମ୍ମଦ ବବଲୁଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଅଭିନେତା’, ‘ରହିଛି ରହିବି ତୋରି ପାଇଁ’ର ପ୍ରିୟଙ୍କା ମହାପାତ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଅଭିନେତ୍ରୀ’, ‘ରୁପା ଜହ୍ନ’ର ଗୋପାଳ ଶର୍ମାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଖଳନାୟକ’ ଓ ‘ତୋ ପାଇଁ ମୁଁ’ର ନିର୍ଝରିଣୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଖଳନାୟିକା’, କିଶୋର ରଥଙ୍କୁ ‘ଶ୍ରେଷ୍ଠ କମେଡିଆନ୍‌’, ସାଇସ୍ବରୂପ ମିଶ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ପେନ୍‌ସନ’ର ବିଶାଲ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ କାହାଣୀ’, ‘ରୁପା ଜହ୍ନ’ ପାଇଁ ପ୍ରସନ୍ନ କରଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ଆତ୍ମାନନ୍ଦ ନାୟକଙ୍କୁ ‘ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ’, ‘ପାଇକ ବିଦ୍ରୋହ’ ପାଇଁ ଆର୍ଚିତ୍‌ ଡି ରସ୍ତୋଗୀଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତାପ ରାଉତଙ୍କୁ ‘ପାଇକ ବିଦ୍ରୋହ’ ପାଇଁ ‘ଶ୍ରେଷ୍ଠ ଫଟୋଗ୍ରାଫର୍‌’, ସରୋଜ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ସାଉଣ୍ଡ୍‌ ରେକର୍ଡିଷ୍ଟ୍‌’ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଟେଲି ଧାରାବାହିକ ‘ପାଇକ ବିଦ୍ରୋହ’ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ‘ସ୍ବତନ୍ତ୍ର ଜୁରି ଆୱାର୍ଡ’, ଓଡ଼ିଶାର ଆଦିବାସୀ ଭାଷାରେ ନିର୍ମିତ ‘କମଲି’ର ଚିନ୍ତାମଣି ବେହେରାଙ୍କୁ ‘ଶ୍ରେଷ୍ଠ ଟେଲି ଫିଲ୍ମ’ ଏବଂ ‘ଗାନ୍ଧୀ ଆସୁଛନ୍ତି’ ପାଇଁ ସୁନୀଲ କୁମାର ଦାସ ‘ଶ୍ରେଷ୍ଠ ଶିକ୍ଷା ଭିିତ୍ତିକ ଶିଶୁ ଟେଲି ଫିଲ୍ମ’ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, ଓଡ଼ିଶା ସଙ୍ଗୀତ ଏକାଡେମୀ ସଚିବ ବିଜୟ କୁମାର ଜେନା, ଡା. ଶୈଳେଶ୍ୱର ନନ୍ଦ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ଟେଲି ପୁରସ୍କାର ଜୁରି ଅଧ୍ୟକ୍ଷ ଡା. ଶୈଳେଶ୍ୱର ନନ୍ଦ, ସଦସ୍ୟ ଗବେଷକ ମନ୍ମଥ ଶତପଥୀ, ନୃତ୍ୟବିଦୂଷୀ ଡ. ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ଗୀତା ଦାସ, ସୁବାସ ଦାସ ଓ ସିନେ ସାମ୍ବାଦିକ ଅଶୋକ ପାଲିତ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri