୭ମାସ ପୂର୍ବରୁ ଲକ୍ଷ୍ୟ ହାସଲ;ମୋଦି ପ୍ରଦାନ କଲେ ୮ କୋଟି ତମ ସିଲିଣ୍ଡର ସଂଯୋଗ

ନୂଆଦିଲ୍ଲୀ,୮-୯: ମୋଦି ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ କରିଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ କୋଟିତମ ଏଲ୍‌ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଧାର୍ଯ୍ୟ ଲକ୍ଷ୍ୟର ୭ ମାସ ପୂର୍ବରୁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ମହିଳାଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେଇପାରିଛନ୍ତି। ୨୦୧୬ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫ କୋଟି ଏଲ୍‌ପିଜି ସଂଯୋଗ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପରେ ଏହାକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୮କୋଟିକୁ ବୃଦ୍ଧି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଗରିବ ପରିବାରକୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ସରକାର ୧୬୦୦ ଟଙ୍କାର ସବ୍‌ସିଡି ଦେଉଛନ୍ତି। ଏହା ସିଲିଣ୍ଡର ଲାଗି ସିକ୍ୟୁରିଟି ମନି ଏବଂ ଫିଟିଙ୍ଗ୍‌ ଚାର୍ଜ ଭାବେ ଦିଆଯାଇଥାଏ। ହିତାଧିକାରୀ କେବଳ ଚୁଲି କିଣିଥାନ୍ତି। ହିତାଧିକାରୀଙ୍କ ଆର୍ଥିକ ବୋଝକୁ କମାଇବା ଲକ୍ଷ୍ୟରେ ଚୁଲ୍ଲି ଓ ପ୍ରଥମ ରିଫିଲ୍‌ ଖର୍ଚ୍ଚକୁ କିସ୍ତି ଆକାରରେ ଆଦାୟ କରାଯାଉଛି। ଏହି ଯୋଜନା ଲାଗୁ ହେବା ପରେ ଅଦ୍ୟାବଧି ୯୫% ଜନସଂଖ୍ୟା ଏଲ୍‌ପିଜି ବ୍ୟବହାର କରୁଛନ୍ତି। ୨୦୧୪ ମେ’ରେ କେବଳ ୫୫% ଲୋକେ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ତୈଳ ମାର୍କେଟିଂ କମ୍ପାନୀ ଏହି ଯୋଜନାର ଲକ୍ଷ୍ୟ ହାସଲ ଲାଗି ମିଶନ ମୋଡ଼୍‌ରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ...

ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି; ଅର୍ଥନୀତିକୁ ମିଳିବ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଖୁବଶୀଘ୍ର ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବାକୁ ଯାଉଛିି। ନୂଆ ସରକାର ଗଠନ ପରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି...

କରୋନା ପ୍ରଭାବ: ମାସ୍କ୍‌, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା...

ଭାରତର ଲକ୍‌ଡାଉନ ପଦକ୍ଷେପକୁ ପ୍ରଶଂସା

ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି।...

ଜି’ରେ ୭.୮% ଅଂଶଧନ ବିକ୍ରି କରିବ ଇନ୍‌ଭେସ୍କୋ

ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍‌ଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ର ବଡ଼ ଅଂଶଧାରକ ଇନ୍‌ଭେସ୍କୋ ଡେଭେଲପ୍‌ମେଣ୍ଟ ମାର୍କେଟ୍‌ସ ଗୁରୁବାର ଦିନ ବ୍ଲକ୍‌ ଡିଲ୍‌ ଜରିଆରେ ଜି’କୁ ୭.୮% ଅର୍ଥାତ୍‌ ୨,୨୦୦...

ସାଗାସାହି ସୋଲାର ମଡେଲ ଗ୍ରାମରେ ପରିଣତ

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ସୁନ୍ଦରଗଡ଼ ଜିଲାର କୋଇଡା ବ୍ଲକର ସାଗାସାହି ଗ୍ରାମକୁ ଏକ ସୋଲାର ମଡେଲ ଗ୍ରାମରେ...

ଠିକ୍‌ ସମୟରେ ମିଳିଲାନି ଦରମା, କର୍ମଚାରୀ ଫୋନ୍‌ ଭାଙ୍ଗିବା ପରେ ଆପଲ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯ା୧୨: ବିଶ୍ୱର ସର୍ବୋତ୍ତମ ବୈଷୟିକ କମ୍ପାନୀ ମଧ୍ୟରେ ଥିବା ଓ୍ବିଷ୍ଟ୍ରନ କମ୍ପାନୀ ଦରମା ନ ଦେବାରୁ କର୍ମଚାରୀମାନେ ଫୋନ୍‌ ଭାଙ୍ଗିବା ପରେ ଆପଲ କମ୍ପାନୀ କାର୍ଯ୍ୟାନୁଷ୍ଠାନ...

ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌...

Advertisement
Archives

Model This Week