୬ ବର୍ଷ ନିମ୍ନକୁ ଖସିଲା କମ୍ପାନୀଙ୍କ ଆୟ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ବିଗିଡ଼ିଯାଇଛି। ଗୋଟିଏ ପରେ ଗୋଟିଏ ରିପୋର୍ଟ ଆସୁଛି ଯାହା ଦେଶର ଭୟାବହ ସ୍ଥିତି ସମ୍ପର୍କରେ ଚେତାଇ ଦେଉଛି। ବ୍ଲୁମ୍‌ବର୍ଗ ପକ୍ଷରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛିଯେ, ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚିଛି। ଆର୍ଥତ୍କ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। ଏହାର ପ୍ରଭାବ କମ୍ପାନୀଗୁଡିକ ଉପରେ ପଡ଼ିଛି। ନିଫ୍ଟି ୫୦ରେ ସାମିଲ ଥିବା କମ୍ପାନୀଙ୍କ ଚଳିତ ତ୍ରୈମାସ ଆୟ ଗତ ବର୍ଷ ସମାନ ସମୟ ତୁଳନାରେ ୧୫% ହ୍ରାସ ଘଟିଛି। ୬ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ଧରଣର ହ୍ରାସ ବୋଲି ଜଣାପଡିଛି। ନିଫ୍ଟିର ୫୦ କମ୍ପାନୀ ଜାନୁୟାରୀ ମାର୍ଚ୍ଚ ତ୍ରୈମାସ ରିପୋର୍ଟ ଜାରି କରିଛନ୍ତି। ଗତ ୨ ମାସ ଧରି ଚାଲିଥିବା ଲକ୍‌ଡାଉନ ଜୁନ୍‌ ୧ ପରଠାରୁ ଅନ୍‌ଲକ କରାଯାଇଛି। ଲକ୍‌ଡାଉନ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ଧୀରେ ଧୀରେ ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବ ବୋଲି ଅନୁମାନ କରାଯାଇଛି। ଗୋଲ୍ଡ ମ୍ୟାନ ସ୍ୟାଚ୍‌ର ଏକ ରିପୋର୍ଟ ମୁତାବକ ଲକ୍‌ଡାଉନ ଯୋଗୁ ଜିଡିପି ୫% ଖସିଯିବ। ଆଗାମୀ ୧୨ ମାସରେ ନିଫ୍ଟିର ୫୦ କମ୍ପାନୀଙ୍କ ଆୟ ପ୍ରାୟ ୧୩% ହ୍ରାସ ଘଟିବ ବୋଲି ବିଶେଷଜ୍ଞ କହିଛନ୍ତି। ଚାହିଦା ନିମ୍ନରେ ରହିଥିବାରୁ ବାଣିଜ୍ୟ ଅଭିବୃଦ୍ଧି ଉପରେ ଏହା ଚାପ ପକାଇବ। ଫଳରେ ରାଜସ୍ବ ନିମ୍ନରେ ରହିବ। ଟେଲିକମ୍ୟୁନିକେଶନ ଏବଂ କଞ୍ଜ୍ୟୁମର ଗୁଡ୍‌ସ ବିଜ୍‌ନେସ ଉପରେ ଚାପ ଏତେଟା ରହିବନି। ଏପ୍ରିଲ ଜୁନ୍‌ ତ୍ରୈମାସରେ କମ୍ପାନୀଗୁଡିକ ଉପରେ ଅଧିକ ଚାପ ରହିବ କାରଣ ଉଭୟ ଚାହିଦା ଏବଂ ଯୋଗାଣରେ ଏହି ସମୟରେ ସମସ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri