Posted inଫୁରସତ

୬ ବର୍ଷୀୟା ମଡେଲ ୟଲିନା ବିଶ୍ୱର ସବୁଠୁ ସୁନ୍ଦରୀ

ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ବୁଦ୍ଧିମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଥିରେ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ମୁକୁଟ ପିନ୍ଧାଯିବା ସହ ପୁରସ୍କୃତ କରାଯାଇଥାଏ। ଏବେ ଏହି ତାଲିକାରେ ଏକ ଛୋଟ ଝିଅର ନାମ ଯୋଡିହୋଇଯାଇଛି।
ରୁଷ୍‌ର ମାତ୍ର ୬ବର୍ଷର ଜଣେ ଝିଅ ବିଶ୍ୱର ସବୁଠାରୁ ସୁନ୍ଦରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୟଲିନା ୟକୁପୋଓ୍ବା ନାମକ ଏହି ଝିଅ ମାତ୍ର ୪ ବର୍ଷରୁ ମଡେଲିଂ କରିଆସୁଛନ୍ତି। ତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି। ୟଲିନାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୨୨ ହଜାର ଫଲୋଅର୍ସ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ୟଲିନାଙ୍କ ଫଲୋଅର୍ସମାନେ ତାଙ୍କୁ ବିଶ୍ୱର ସବୁଠାରୁ କ୍ୟୁଟ୍‌ ଝିଅ ବୋଲି କହିଛନ୍ତି। ତାଙ୍କ ଫଟୋ ଯେ କେହି ଦେଖିବ ନଜର ହଟିବନି। ୟଲିନା ଅନେକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ୟଲିନା ଛୋଟ ପିଲାଙ୍କ ଲୋକପ୍ରିୟ ବ୍ରାଣ୍ଡ ମୋନାଲିସା କିଡ୍‌ସ ଏବଂ ଗ୍ଲୋରିୟା ଜିନ୍ସ ପାଇଁ ମଧ୍ୟ ବିଜ୍ଞାପନ କରିସାରିଛନ୍ତି। ୟଲିନାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ସୁନ୍ଦର ସୁନ୍ଦର ଫଟୋରେ ଭରି ରହିଛି। ତାଙ୍କର ପ୍ରତି ଫଟୋକୁ ହଜାର ହଜାର ସଂଖ୍ୟାରେ ଲାଇକ୍‌ ମିଳୁଛି। ତାଙ୍କର ଫ୍ୟାନ୍‌ ଫଲୋଇଂ ରୁଷ୍‌ ସମେତ ଆମେରିକା, ବ୍ରିଟେନ, ଜର୍ମାନ ସମେତ ସମଗ୍ର ବିଶ୍ୱରେ ରହିଛି।
ୟଲିନାଙ୍କ ମ୍ୟାନେଜର ରୋମନ କୁଖର କୁହନ୍ତି, ବିଗତ କିଛି ଦିନ ହେବ ତାଙ୍କର ଲୋକପ୍ରିୟତା ବହୁତ ବଢ଼ିଯାଇଛି। ସେ ନିଜ କାମକୁ ନେଇ ଖୁବ୍‌ ଯତ୍ନବାନ। ଏତେ କମ୍‌ ବୟସରୁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ବଡ ନାମ କମାଇଛନ୍ତି ବୋଲି ରୋମନ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?