Posted inଫୁରସତ

୬ ବର୍ଷର କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦମ୍ପତି, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୦୯ରେ ଆସିଥିବା ଏକ ହଲିଉଡ୍‌ ଫିଲ୍ମ ‘ଅର୍ଫାନ’ ଯଦି ଦେଖିଥିବେ ତେବେ ଏଥିରେ ଏକ ଛୋଟ ପିଲା କରିଥିବା ଅଭିନୟ ମଧ୍ୟ ଦେଖିଥିବେ। ଗୋଟିଏ ପରିବାର ଏକ ଅନାଥ ପିଲାକୁ ଛୋଟବେଳୁ ଆଣି ଘରେ ପାଳଥିବାବେଳେ ସେହି ପିଲା କେମିତି ତାଙ୍କର କ୍ଷତି କରୁଛି,ଏହି ଫିଲ୍ମରେ ଦେଖିଥିବେ। ଠିକ୍‌ ଉକ୍ତ ଫିଲ୍ମ ପରି ଏକ ସତ୍ୟ ଘଟଣା ଏବେ ଲୋକଲୋଚନକୁ ଆସିଛି। ଓ୍ବାଶିଂଟନ୍‌ର ଦମ୍ପତି କ୍ରିଷ୍ଟ୍‌ନୀ ଏବଂ ମାଇକେଲ୍‌ ବର୍ନେଟ୍‌ ୬ ବର୍ଷର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଉକ୍ତ ଦମ୍ପତି ତାଙ୍କୁ ଅତ୍ୟାଚାର କରିବା ସହ କାନାଡା ଚାଲି ଯାଇଥିବା ଶିଶୁକନ୍ୟାଟି ଅଭିଯୋଗ କରିଛନ୍ତି।

ନତାଲିୟା ଗ୍ରେସ୍‌ ନାମକ ଏହି ଶିଶୁକନ୍ୟା ନିଜକୁ ୬ ବର୍ଷର କହୁଥିବାବେଳେ ବର୍ତ୍ତମାନ ସତ ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ କରିବାକୁ ଜଣାପଡ଼ିଲା ନତାଲିୟାଙ୍କ ବୟସ ୬ ନୁହେଁ, ୨୨ ବର୍ଷ। କ୍ରୀଷ୍ଟିନ୍‌ ଏବଂ ମାଇକେଲ୍‌ଙ୍କୁ ପୋଲିସ ପଚରାଉଚରା କରିବାରୁ ଦମ୍ପତି କୁହନ୍ତି, ନତାଲିୟା ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ନେବାବେଳେ ସେମାନେ ତାଙ୍କର ପ୍ରକୃତ ବୟସ ବିଷୟରେ ଜାଣିପାରି ନ ଥିଲେ। କିନ୍ତୁ ବେଳେବେଳେ ତାଙ୍କର ଚାଲିଚଳଣି, ଗତିବିଧି ଅଜବ ଲାଗୁଥିଲା। ତେଣୁ ଦମ୍ପତି ନତାଲିୟାଙ୍କ ପ୍ରତି ନଜର ରଖିଥିଲେ।

ଥରେ ପରିବାର ସହ ନତାଲିୟା ଛୁଟି ମନାଇବାକୁ ସମୁଦ୍ରକୂଳକୁ ଯାଇଥିଲେ। ଏଠାରେ ନତାଲିୟା ବଡ଼ପିଲାଙ୍କ ପରି ଦୌଡ଼ିବାକୁ ଲାଗିଲେ। ଏଥିରୁ ସେ ଜାଣିପାରିଥିଲେ ନତାଲିୟା ଛୋଟ ନୁହନ୍ତି, ଜଣେ ବୟସ୍କପ୍ରାପ୍ତ ଯୁବତୀ। ସେ ସବୁବେଳେ ପରିବାରର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଏହା ଦେଖି ଦମ୍ପତି ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତରଙ୍କ ରିପୋର୍ଟ ଅନୁସାରେ, ନତାଲିୟା ୬ ବର୍ଷର କନ୍ୟା ନୁହନ୍ତି, ଜଣେ ୨୨ ବର୍ଷୀୟା ଯୁବତୀ। ଏହା ପରେ ସତ ଘଟଣା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri