Posted inଫୁରସତ

୬ ବର୍ଷର କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦମ୍ପତି, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୦୯ରେ ଆସିଥିବା ଏକ ହଲିଉଡ୍‌ ଫିଲ୍ମ ‘ଅର୍ଫାନ’ ଯଦି ଦେଖିଥିବେ ତେବେ ଏଥିରେ ଏକ ଛୋଟ ପିଲା କରିଥିବା ଅଭିନୟ ମଧ୍ୟ ଦେଖିଥିବେ। ଗୋଟିଏ ପରିବାର ଏକ ଅନାଥ ପିଲାକୁ ଛୋଟବେଳୁ ଆଣି ଘରେ ପାଳଥିବାବେଳେ ସେହି ପିଲା କେମିତି ତାଙ୍କର କ୍ଷତି କରୁଛି,ଏହି ଫିଲ୍ମରେ ଦେଖିଥିବେ। ଠିକ୍‌ ଉକ୍ତ ଫିଲ୍ମ ପରି ଏକ ସତ୍ୟ ଘଟଣା ଏବେ ଲୋକଲୋଚନକୁ ଆସିଛି। ଓ୍ବାଶିଂଟନ୍‌ର ଦମ୍ପତି କ୍ରିଷ୍ଟ୍‌ନୀ ଏବଂ ମାଇକେଲ୍‌ ବର୍ନେଟ୍‌ ୬ ବର୍ଷର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଉକ୍ତ ଦମ୍ପତି ତାଙ୍କୁ ଅତ୍ୟାଚାର କରିବା ସହ କାନାଡା ଚାଲି ଯାଇଥିବା ଶିଶୁକନ୍ୟାଟି ଅଭିଯୋଗ କରିଛନ୍ତି।

ନତାଲିୟା ଗ୍ରେସ୍‌ ନାମକ ଏହି ଶିଶୁକନ୍ୟା ନିଜକୁ ୬ ବର୍ଷର କହୁଥିବାବେଳେ ବର୍ତ୍ତମାନ ସତ ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ କରିବାକୁ ଜଣାପଡ଼ିଲା ନତାଲିୟାଙ୍କ ବୟସ ୬ ନୁହେଁ, ୨୨ ବର୍ଷ। କ୍ରୀଷ୍ଟିନ୍‌ ଏବଂ ମାଇକେଲ୍‌ଙ୍କୁ ପୋଲିସ ପଚରାଉଚରା କରିବାରୁ ଦମ୍ପତି କୁହନ୍ତି, ନତାଲିୟା ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ନେବାବେଳେ ସେମାନେ ତାଙ୍କର ପ୍ରକୃତ ବୟସ ବିଷୟରେ ଜାଣିପାରି ନ ଥିଲେ। କିନ୍ତୁ ବେଳେବେଳେ ତାଙ୍କର ଚାଲିଚଳଣି, ଗତିବିଧି ଅଜବ ଲାଗୁଥିଲା। ତେଣୁ ଦମ୍ପତି ନତାଲିୟାଙ୍କ ପ୍ରତି ନଜର ରଖିଥିଲେ।

ଥରେ ପରିବାର ସହ ନତାଲିୟା ଛୁଟି ମନାଇବାକୁ ସମୁଦ୍ରକୂଳକୁ ଯାଇଥିଲେ। ଏଠାରେ ନତାଲିୟା ବଡ଼ପିଲାଙ୍କ ପରି ଦୌଡ଼ିବାକୁ ଲାଗିଲେ। ଏଥିରୁ ସେ ଜାଣିପାରିଥିଲେ ନତାଲିୟା ଛୋଟ ନୁହନ୍ତି, ଜଣେ ବୟସ୍କପ୍ରାପ୍ତ ଯୁବତୀ। ସେ ସବୁବେଳେ ପରିବାରର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଏହା ଦେଖି ଦମ୍ପତି ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତରଙ୍କ ରିପୋର୍ଟ ଅନୁସାରେ, ନତାଲିୟା ୬ ବର୍ଷର କନ୍ୟା ନୁହନ୍ତି, ଜଣେ ୨୨ ବର୍ଷୀୟା ଯୁବତୀ। ଏହା ପରେ ସତ ଘଟଣା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଜଣେ ଝିଅର ଡିଏନ୍‌ଏ ଟେଷ୍ଟ କରିବାରୁ ମିଳିଲା ୬୫ ଭଉଣୀ-ଭାଇଙ୍କ ପରିଚୟ

ଆମ ଜୀବନ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ। ଜୀବନର ବିଭିନ୍ନ ସ୍ଥାନରେ, ଆମେ ନିଜ ବିଷୟରେ କିଛି ନୂଆ ଏବଂ ଅନନ୍ୟ ବିଷୟରେ ଜାଣିଥାଉ। ତଥାପି ଏପରି କିଛି...

ଟେଡି ଡେ’: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି, ଜଣାପଡ଼ିବ ପ୍ରେମର ଗଭୀରତା

ପ୍ରେମୀଯୁଗଳ‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..

ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା...

ବର, ଅଶ୍ୱତ୍ଥ ଗଛ ରୋପଣ ନିଶା

ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୯ମସିହାରୁ ବିଭିନ୍ନ ସ୍ଥାନରେ ସେ ବୃକ୍ଷରୋପଣ କାର୍ଯ୍ୟ ଜାରିରଖିଛନ୍ତି।...

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ...

କରୋନାରେ ମୃତ ୪ଶହ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

କରୋନା ସମୟରେ ଅନେକ ଘଟଣା ଶୁଣିବାକୁ ମିଳିଛି। ଅନେକ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି ତ ଆଉ କେହି ଶହରରୁ ଜୀବିବା ହରାଇ ଗାଁକୁ ଚାଲିଆସିଛନ୍ତି।...

ପ୍ରତିଦିନ ପୃଥିବୀରେ ଘଟୁଛି ୯,୦୦୦ରୁ ଅଧିକ ଭୂକମ୍ପ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୬ : ପୃଥିବୀରେ ପ୍ରତିଦିନ ରିକ୍ଟର ସ୍କେଲରେ ୨.୦ ତୀବ୍ରତାରୁ କମ ତୀବ୍ରତାଯୁକ୍ତ ଭୂକମ୍ପ ବହୁ ସଂଖ୍ୟାରେ ଘଟିଥାଏ। ଏହି ଭୂକମ୍ପକୁ ମାଇକ୍ରୋ ଶ୍ରେଣୀଭୁକ୍ତ...

Advertisement
Archives

Model This Week