୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,,୧୧।୧୦(ବ୍ୟୁରୋ) : ଆସନ୍ତା୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ସୋନପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତ୍‌ସିଂହପୁର ଏବଂ କଟକ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ବାଲେଶ୍ୱରରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧.୬, ପାରାଦୀପ ୨.୫, ଭୁବନେଶ୍ୱର ୦.୩, ଗୋପାଳପୁର ୦.୭ ଏବଂ ପୁରୀରେ ୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶର ୩୨ ପ୍ରମୁଖ ବ୍ୟାଘ୍ର କରିଡରକୁ ସମୃଦ୍ଧ କରାଯିବା ଉଚିତ’

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଓଡ଼ିଶା ପରିବେଶ ସମିତିର ୩୯ତମ ପ୍ରତିଷ୍ଠା ଦିବସ ଏବଂ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସମିତିର ସଭାପତି ସୁନ୍ଦର ନାରାୟଣ...

ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଆଜି ୨୧ ଜିଲାରୁ ୫୧୮...

୧୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ଦିନକୁ ୨୦ ଉପରେ ରହୁଛି। ଏପରି ସ୍ଥିତିରେ...

ରାୟଗଡ଼ାରେ ପତାକା ଉତ୍ତୋଳନ କଲେ କୃଷି ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬ା୧: ରାୟଗଡ଼ା ସଦରସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଏବଂ ପ୍ରାଣୀ...

ଫେରିବ କରୋନା କଟକଣା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ସାମ୍ଭାବ୍ୟ ପରିସ୍ଥିତି ଏବଂ ତୃତୀୟ ଲହରକୁ ନଜରରେ ରଖି ସରକାର ପୁଣି ତତ୍ପରତା ଦେଖାଇଛନ୍ତି। ଏଣିକି ପୂର୍ବଭଳି କରୋନା କଟକଣା କଡ଼ାକଡ଼ି ଭାବେ...

ବାଲେଶ୍ୱର ପାଲଟିଛି ନକଲି ବିଦେଶୀ ମଦ ହବ୍‌

ବାଲେଶ୍ୱର ଅଫିସ,୨୮।୨- ବାଲେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ନକଲି ବିଦେଶୀ ମଦର ବ୍ୟାପକ କାରବାର ବଢ଼ି ଚାଲିଥିବାରୁ ଯେକୌଣସି ସମୟରେ...

ନିୟମ ଉଲ୍ଲଂଘନକାରୀଙ୍କୁ ଜଳଖିଆ ମନା

ଭୁବନେଶ୍ୱର,୨୫ା୪ (ବ୍ୟୁରୋ): କୋଭିଡ-୧୯ ପାଇଁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି। କେବଳ ପାର୍ସଲ ନେବା ପାଇଁ କିଛି ହୋଟେଲ ଖୋଲା ରହିଛି। ରାଜଧାନୀର...

ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ

ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ...

Advertisement
Archives

Model This Week