Posted inଖେଳ

୬୧ ବର୍ଷରେ ପାଦଦେଲେ କପିଲ୍‌ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍‌

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍‌ ଦେବ୍‌ ରାମଲାଲ୍‌ ନିଖଞ୍ଜ୍‌। ତାଙ୍କର ପ୍ରଭାବଶାଳୀ ଖେଳ ପାଇଁ ପ୍ରଶଂସକ କପିଲ୍‌ଙ୍କୁ ହରିୟାଣା ତୋଫାନ୍‌ ଭାବେ ଡାକିଥାନ୍ତି। ୧୯୮୩ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ବିଶ୍ୱକପ୍‌ ଆଣିଥିଲେ। ଓ୍ବେଷ୍ଟ ଇଣ୍ଡିଜ୍‌ ସହିତ ତାଙ୍କର ବ୍ୟାଟିଂ ଏବଂ ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିଥିବା କଷ୍ଟସାଧ୍ୟ କ୍ୟାଚ୍‌ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ସୁନ୍ଦରୀ ଅଭିନେତ୍ରୀ ସାରିକା ଠାକୁରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଥିଲା। ସେ ଅନ୍ୟ କେତେକଙ୍କ ସହିତ ଡେଟିଂ କରୁଥିବାର ମଧ୍ୟ ଶୁଣାଯାଉଥିଲା। ତେବେ ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ୧୯୮୦ରେ ସେ ରୋମି ଭାଟିଆଙ୍କୁ ବିବାହ କରିଥିଲେ। ବିବାହ ପରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ ତାଙ୍କ ଝିଅଙ୍କ ନାମ ଅମିୟା ଦେବ। ସେ ୧୩୧ ଟେଷ୍ଟ ମ୍ୟାଚ୍‌ରେ ୧୮୪ ଥର ଖେଳି ୫୨୪୮ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୮ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ ରହିଛି। ସେହିପରି ୨୫୫ଟି ଏକ ଦିବସୀୟ ମ୍ୟାଚ୍‌ରେ ୧୯୮ ଥର ଖେଳି ସେ ୩୭୮୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧ ଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

ଡେନମାର୍କ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ପ୍ରମୋଦ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- ଡେନମାର୍କର କୋପେନହାଗେନଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ...

ଟସ୍‌ ଜିତିଲା ଭାରତ

ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ

ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମ...

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ...

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ...

ମହିଳା ବିଚ୍‌ ଭଲିବଲ ଦଳକୁ ପ୍ରଥମ ପଦକ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ସୁରଟର ଡୁମାସ୍‌ ବିଚ୍‌ରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ (ପୁରୁଷ ଏବଂ ମହିଳା) ଇଭେଣ୍ଟରେ ଓଡ଼ିଶା ମହିଳା...

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ...

Advertisement
Archives

Model This Week