୬୦ ମୋବାଇଲ ଆମ୍ବୁଲାନ୍ସ ଦେଲା ହିରୋ

ନୂଆଦିଲ୍ଲୀ,୧୮।୪: ହିରୋ ମୋଟୋକର୍ପ ପକ୍ଷରୁ କରୋନା ଲଢେଇରେ ଯୋଗଦାନ ସ୍ବରୂପ ୬୦ ଫାଷ୍ଟ ରେସପଣ୍ଡର ମୋବାଇଲ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାଗୁଡିକରେ ରୋଗୀଙ୍କ ବର୍ତ୍ତମାନ ସମୟରେ ସେବା ଯୋଗାଣ ଲାଗି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛି। ହିରୋର ୧୫୦ ସିସି ଏବଂ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ ମୋଟର ସାଇକେଲଗୁଡିକୁ ଏଭଳି ଆମ୍ବୁଲାନ୍ସରେ ରୂପାନ୍ତରିତ କରାଯାଇଛି। ଏଥିରେ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରାଂଶ, ଫାଷ୍ଟ ଏଡ କିଟ୍‌, ଅକ୍ସିଜେନ ସିଲିଣ୍ଡର, ଫାୟାର ଏକ୍ସଟିନଗୁଇସର ଏବଂ ସିରେନ ସୁବିଧା କରାଯାଇଛି। କୋଭିଡ୍‌ ଲାଗି ହିରୋ ପକ୍ଷରୁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦ କୋଟି ଏବଂ ରିଲିଫ ସହାୟତାରେ କମ୍ପାନୀ ୫୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି କହିଛି। ହରିୟାଣାରେ ୨୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଫସି ରହିଥିବା ଶ୍ରମିକଙ୍କ ଲାଗି କମ୍ପାନୀ ପକ୍ଷରୁ ଖାଇବା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri