୫ ଲକ୍ଷ କୋଟି ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୧୧।୪: କରୋନା ଭୂତାଣୁ ବ୍ୟାପିବା ଯୋଗୁ ଏବେ ସାରା ବିଶ୍ୱର ସ୍ଥିତି ବେହାଲ ହୋଇଯାଇଛି। ଏଥିରେ ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ବିଭିନ୍ନ ଦେଶ ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଲକ୍‌ଡାଉନ ଘୋଷଣା କରିଛନ୍ତି। କୋଭିଡ୍‌-୧୯ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫ ଲକ୍ଷ କୋଟି ଡଲାର କ୍ଷତି ସହିବ ବୋଲି ଓ୍ବାଲ ଷ୍ଟ୍ରିଟ୍‌ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୨ ବର୍ଷ ଏଭଳି କ୍ଷତି ବିଶ୍ୱ ସହିବ ବୋଲି ପୂର୍ବାନୁମାନରେ କୁହାଯାଇଛି ଯାହା ଜାପାନର ବାର୍ଷିକ ଉତ୍ପାଦନଠାରୁ ବଡ। ବିଶ୍ୱ ସ୍ତରରେ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଏବେ ଆର୍ଥତ୍କ ପ୍ୟାକେଜ ଘୋଷଣା କରୁଛନ୍ତି। ହେଲେ ସ୍ଥିତି ଅନ୍ତତଃ ପକ୍ଷେ ଆସନ୍ତା ୨ ବର୍ଷ ଯାଏ ଟ୍ରାକ୍‌କୁ ଫେରିବନି ବୋଲି କୁହାଯାଇଛି। ବିଭିନ୍ନ ଦେଶ ଗ୍ରହଣ କରିଥିବା ପଦକ୍ଷେପ….
ଆମେରିକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ
ଆମେରିକା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ୨.୩ ଲକ୍ଷ କୋଟି ଡଲାରର ଏକ ନୂଆ ପ୍ୟାକେଜ ଘୋଷଣା କରିଛି। ଏହା ମଧ୍ୟରେ ପ୍ରମୁଖ ଋଣ ସୁବିଧା ମଧ୍ୟରେ କ୍ଷୁଦ୍ର ବାଣିଜ୍ୟଗୁଡିକୁ ୬୦୦ ବିଲିୟନ ଡଲାରର ସହାୟତା ମଧ୍ୟ ସାମିଲ ରହିଛି। ସେହିଭଳି ୟୁଏସ୍‌ରେ ସୁରକ୍ଷା ଉପକରଣର ଏବେ ଅଧିକ ଆବଶ୍ୟକତା ରହିଛି। ଏନ୍‌୯୫ ରେସ୍ପିରେଟର, ସର୍ଜିକାଲ ମାସ୍କ, ଫେସ୍‌ସିଲ୍ଡ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟକ ଏବେ ଶେଷ ହୋଇ ଆସୁଛି। ପ୍ରାୟ ୯୦% ସୁରକ୍ଷା ଉପକରଣ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି। ଏଭଳି ସ୍ଥିତିରେ ଅଧିକ ଷ୍ଟକ ଆବଶ୍ୟକ ହେଉଥିବା ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ ଆଣ୍ଡ ହ୍ୟୁମାନ ସର୍ଭିସେସ୍‌ ପକ୍ଷରୁ ସୂଚନା ରହିଛି।
ରୋହିଙ୍ଗ୍ୟା ଜିଲା ଲକ୍‌ଡାଉନ କଲା ବାଂଲାଦେଶ
ବାଂଲାଦେଶ ଦକ୍ଷିଣ ଭାଗରେ ଥିବା ଏହାର କେତେକ ଜିଲାକୁ ଲକ୍‌ଡାଉନ କରିଦେଇଛି। ଏହି ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଥିବା ଜଣାପଡିଛି। ଉକ୍ତ ଅଞ୍ଚଳଗୁଡିକରେ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହିଁ। ମାତ୍ର ମେଡିକାର ସୁବିଧା ଉନ୍ନତ ନ ଥିବା ଯୋଗୁ କରୋନା ବ୍ୟାପିବା ଆଶଙ୍କା ବାଂଲାଦେଶ ସରକାରଙ୍କୁ ରହିଛି।
ଷ୍ଟକ୍‌ ବଜାରରେ ଉନ୍ନତି ଆଶା
କରୋନା ପ୍ରଭାବକୁ କମ୍‌ କରିବା ଲାଗି ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥାଗୁଡିକ ଅଧିକ ପଦକ୍ଷେପ ସହ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବେ ବୋଲି ଷ୍ଟକ୍‌ ବଜାର ନିବେଶକଙ୍କ ଆଶା ରହିଛି। ଏହାକୁ ଧ୍ୟାନରେ ରଖି ପୁଞ୍ଜିବଜାର କାରବାର ଗୁରୁବାର ଉନ୍ନତ ସ୍ଥିତିରେ ରହିଥିଲା। ଗତ ୪ ଦିନ ଧରି ୟୁରୋପର ଷ୍ଟକ୍‌ ବଜାର ଉନ୍ନତ ସ୍ଥିତିରେ ରହିଛି। ଆମେରିକା ଷ୍ଟକ୍‌ ବଜାର ୧% ବଢିଥିବା ବେଳେ ଏସ୍‌ ଆଣ୍ଡ ପିର ୫୦୦ ୩.୪% ବୃଦ୍ଧି ଘଟିଛି। ସେହିଭଳି ଅଷ୍ଟ୍ରେଲିଆ ଶେୟାର ବଜାର ୨.୫୪% ବୃଦ୍ଧି ଘଟିଥିଲା।
ୟୁରୋପିଆନ ୟୁନିୟନ ଆଣିବ ପ୍ୟାକେଜ
କରୋନା ପ୍ରଭାବକୁ କମ୍‌ କରିବା ଲାଗି ୟୁରୋପିଆନ ୟୁନିୟନ ମଧ୍ୟ ପ୍ୟାଜେକ ଆଣିବା ଲାଗି ପ୍ରସ୍ତୁତି ଚଳାଇଛି। ୫୦୦ ବିଲିୟନ ୟୁରୋ ବା ୫୪୩ ବିଲିୟନ ଡଲାରର ଏକ ପ୍ୟାଜେକ ଆଣିବା ନେଇ ଆଲୋଚନା ଜାରି ରହିଛି। ଏନେଇ ୟୁରୋପିଆନ ୟୁନିୟନ ଶୀଘ୍ର ପଦକ୍ଷେପ ଘୋଷଣା କରିବ ବୋଲି ଶୁଣାଯାଉଛି।
ଅଷ୍ଟ୍ରେଲିଆ ଜାହାଜରେ ବୃହତ୍‌ ସଂକ୍ରମଣ
ଅଷ୍ଟ୍ରେଲିଆ ଏକ ବୃହତ୍‌ ସଂଖ୍ୟକ ସଂକ୍ରମଣ ଏକ ଜାହାଜରେ ପରିଲକ୍ଷିତ ହୋଇଛି। ଏହି ଜାହାଜରେ ପ୍ରାୟ ୨୭୦୦ଜଣ ଯାତ୍ରା କରୁଥିଲେ। ଏଠାରେ ୬୦୦ ଲୋକଙ୍କୁ ସଂକ୍ରମଣ ହୋଇଥିବା ବେଳେ ପ୍ରାୟ ଉକ୍ତ ମାମଲାରେ ୧୫ ଜଣ ଲୋକ ମୃତ୍ୟୁମୁଖରେ ପଡିଛନ୍ତି। ପ୍ରାୟ ୧୦୪୦ ଜଣ ମେଡିକାଲ ଟ୍ରିଟ୍‌ମେଣ୍ଟରେ ରହିଛନ୍ତି।
ଦୁବାଇରେ ଆଲ୍‌କହଲ ହୋମ୍‌ ଡେଲିଭରି
କରୋନା ଯୋଗୁ ଦୁବାଇରେ ମଧ୍ୟ ଲକ୍‌ଡାଉନ ହୋଇଛି। ସେଠାରେ ଆଲ୍‌କହଲ ହୋମ ଡେଲିଭରି କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି।
ପ୍ୟାକେଜ ସପକ୍ଷରେ କ୍ରିଷ୍ଟିନ ଲେଗାର୍ଡ
ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ତଥା ପୂର୍ବତନ ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ କରୋନା ପ୍ରଭାବକୁ କମ୍‌ କରିବା ଦିଗରେ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ ଉପରେ ମତ ରଖିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବିଶ୍ୱ ସ୍ତରର ସରକାରଗୁଡିକ ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ସମସ୍ୟାକୁ କମ୍‌ କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ, ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ୩ ଟ୍ରିଲିୟନ ୟୁରୋ ସେଠାକାର ବ୍ୟାଙ୍କଗୁଡିକୁ ପ୍ରଦାନ କରିଛି। ବ୍ୟକ୍ତି ତଥା ଫାର୍ମଗୁଡିକୁ ଋଣ ସହାୟତା ପ୍ରଦା ଦିଗରେ ଏହା କାମରେ ଆସିପାରିବ। କ୍ଷୁଦ୍ର ବାଣିଜ୍ୟ, ନିଜସ୍ବ ଉଦ୍ୟମରେ ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା କରିବା ଦିଗରେ ବ୍ୟାଙ୍କଗୁଡିକ ଏହା ଦ୍ୱାରା ସହାୟକ ବୋଲି ଲେଗାର୍ଡ କହିଛନ୍ତି।
ଭିଡିଓ କନ୍‌ଫରେନ୍ସିଂ ପ୍ଲାଟ୍‌ଫର୍ମର ଚାହିଦା
ବର୍ତ୍ତମାନର ସମୟରେ ଭିଡିଓ କନଫରେନ୍ସିଂର ଚାହିଦା ବଢିଚାଲିଛି। ଜୁମ୍‌ ନାମକ ଭିଡିଓ କନଫରେନ୍ସି ଆପ୍‌ର ଏବେ ଅନେକ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି। ଘରୁ କାମ କରିବା ଏବଂ ସହକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂରେ ସମ୍ପର୍କ ରଖିବା ଦିଗରେ ଏହା ବେଶ୍‌ ସହାୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri