୫ ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ବୁଝିବିଚାରି ରଣନୀତି ଆପଣାଇବାକୁ ହେବ: ମନମୋହନ

ଜୟପୁର,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହ ଶନିବାର କହିଛନ୍ତି ଯେ, ଉକ୍ତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶକୁ ବୁଝିବିଚାରି ରଣନୀତି ଆପଣାଇବାକୁ ହେବ। ଉଦାରୀକରଣ ନୀତି ଉପରେ ପର୍ଯ୍ୟବସିତ ଆର୍ଥିକ ସଂସ୍କାର କାର୍ଯ୍ୟକୁ ଜାରି ରଖିବାକୁ ହେବ ବୋଲି ସେ କହିଛନ୍ତି।
ଏଠାରେ ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି ଯେ, ଦାରିଦ୍ର୍ୟ, ସାମାଜିକ ଅସମାନତା, ସାମ୍ପ୍ରଦାୟିକତାବାଦ ଏବଂ ଧାର୍ମିକ କଠୋରପନ୍ଥୀ ମନୋଭାବ ଏବଂ ଦୁର୍ନୀତି ଏବେ ଗଣତନ୍ତ୍ର ପ୍ରତି ଆହ୍ବାନ ହୋଇଛି। ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଥିବାର ମନେ ହେଉଛି। ଚାଷୀକୂଳ ସଙ୍କଟରେ ରହିଛନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସଙ୍କଟର ସାମ୍ନା କରୁଥିବା ବେଳେ ବେକାରି ବଢ଼ିବାରେ ଲାଗିଛି ଏବଂ ନିବେଶ ସ୍ଥିର ହୋଇଗଲାଣି। କେନ୍ଦ୍ର ସରକାର ଆତଙ୍କବାଦକୁ ରୋକିବା ସହ ଭିନ୍ନ ମତ ରଖୁଥିବା ସ୍ବରକୁ ସମ୍ମାନ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରଙ୍କୁ ପ୍ରତି ସ୍ତରରେ ସନ୍ତୁଳନ ବଜାୟ ରଖିବାକୁ ହେବ ବୋଲି ଉଲ୍ଲେଖ କରି ମନମୋହନ କହିଛନ୍ତି ଯେ, ଉଦାରୀକରଣ ନୀତି ଆଧାରରେ ଦଣ୍ଡାୟମାନ ଆର୍ଥିକ ସଂସ୍କାରକୁ ବଜାୟ ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି। ରାଜସ୍ଥାନ ରାଜ୍ୟସଭା ସାଂସଦ ଡ.ସିଂହ କହିଛନ୍ତି ଯେ, ଆଗାମୀ ଦିନରେ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ଲାଗି ଦେଶକୁ ଜ୍ଞାନୀ, ସିଦ୍ଧାନ୍ତବାଦୀ ଓ ଦୂରଦର୍ଶୀ ନେତାଙ୍କର ଆବଶ୍ୟକତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୬ରେ ‘ପାରି କରିବେ ଭୋଳାଶଙ୍କର’

ଭୁବନେଶ୍ୱର,୧।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ଆଉ ଏକ ଓଡ଼ିଆ ସିନେମା ପ୍ରସାରିତ କରିବାକୁ ଯାଉଛି। ଏପରିକି ଆସନ୍ତା ନଭେମ୍ବର...

ଆଲ୍ଲାହାବାଦ ବ୍ୟାଙ୍କର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୨-୮-ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ସୁଦ୍ଧା ବ୍ୟାଙ୍କର ମୋଟ୍‌ କାରବାର ୩.୭୭ ଲକ୍ଷ କୋଟି ଟଙ୍କା...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର...

ବେସିକ ଆକାଉଣ୍ଟଧାରୀଙ୍କୁ ମିଳିବ ଚେକ୍‌ବୁକ୍‌

ନୂଆଦିଲ୍ଲୀ,୧୧-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବେସିକ ଆକାଉଣ୍ଟଧାରୀଙ୍କ ଲାଗି ନିୟମ କୋହଳ କରିଛନ୍ତି। ଏଣିକି ସମ୍ପୃକ୍ତ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ବୁକ୍‌ ସହ ଅନ୍ୟାନ୍ୟ...

ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର...

Advertisement
Archives

Model This Week