୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରେ ବୋଲି ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ମତପ୍ରକାଶ କରିଛନ୍ତି।
ଆସୋସିଏଶନ ଅଫ୍‌ କର୍ପୋରେଟ ଆଡଭାଇଜର୍ସ ଆଣ୍ଡ ଏକ୍‌ଜିକ୍ୟୁଟିଭ୍ସ(ଏସିଏଇ) ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ମୁଖାର୍ଜୀ କହିଛନ୍ତି ଯେ, ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ରେ ଅଧିକ ସ୍ପଷ୍ଟତା ଆଣିବାକୁ ହେବ। ଗତବର୍ଷ ଅର୍ଥନୀତିରେ କିଛି ପରିମାଣରେ ମାନ୍ଦାବସ୍ଥାର ସଙ୍କେତ ଦେଖିବାକୁ ମିଳିଛି। ଫଳସ୍ବରୂପ ଜିଡିପି ଅଭିବୃଦ୍ଧି ହାର କମିଯାଇଛି। ସେ କହିଛନ୍ତି ଯେ, ଅର୍ଥନୀତିକୁ ଠିକ୍‌ ବାଟରେ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଭାବେ ପରିଚାଳନା କରାଗଲେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ। ତେବେ ନିବେଶ ବିନା ଅର୍ଥନୀତି ବୃଦ୍ଧି ପାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାମଗ୍ରୀ ଏବଂ ସେବା ଟିକସ ସମ୍ପର୍କରେ ଉଲ୍ଲେଖ କରି ମୁଖାର୍ଜୀ କହିଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ଦ୍ୱାରା ଅନେକ ପ୍ରକାର ଟିକସ ଶେଷ ହୋଇଛି। ତେବେ ଏ ଦିଗରେ ସରକାରଙ୍କ ପକ୍ଷରୁ ଅଧିକ ସ୍ପଷ୍ଟତା ଆସିବା ଦରକାର। ଫଳରେ ଏହାକୁ ପାଳନ କରିବା ସହଜ ହେବ। ବର୍ତ୍ତମାନର ଡଲାର-ଟଙ୍କାର ବିନିମୟ ମୂଲ୍ୟକୁ ବଜାୟ ରଖିବା ଉପରେ ସେ ଜୋର୍‌ ଦେଇଥିଲେ। କର୍ପୋରେଟ ଜାଲିଆତି ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଚିନ୍ତାବ୍ୟକ୍ତ କରି ସେ କହିଛନ୍ତି ଯେ, ଗତକିଛି ବର୍ଷ ହେଲା ଏଭଳି ଠକାମୀ ବେଶ ବୃଦ୍ଧି ପାଇଛି। ସୂଚନାଥାଉ କି, ବର୍ତ୍ତମାନ ଅର୍ଥନୀତି ଆକାର ହିସାବରେ ଭାରତ ୭ମ ସ୍ଥାନରେ ରହିଛି। ୨୦୧୭ରେ ଦେଶ ୫ମ ସ୍ଥାନରେ ରହିଥିଲା। ଗତବର୍ଷ ଅର୍ଥନୀତି ଧିମା ପଡିବା କାରଣରୁ ଭାରତ ତଳକୁ ଖସିଯାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୮ରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲା। ଏହି କାରଣରୁ ସେମାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏକ ସ୍ଥାନ ଉନ୍ନତି ହୋଇଛି। ବ୍ରିଟେନ ୫ମ ଓ ଫ୍ରାନ୍ସ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଉଲ୍ଲେଖଥାଉ କି, ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ସହ ଅଟୋ ଉଦ୍ୟୋଗ ଲାଗି ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। ସେହିପରି ଲୋକଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବା ଲାଗି ବ୍ୟାଙ୍କ ସୁଧ ହାରକୁ ରେପୋ ରେଟ୍‌ ସହ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଋଣ ଶସ୍ତା ହେବ ଓ ଲୋକେ ଆଗ୍ରହର ସହିତ ସାମଗ୍ରୀ କିଣିବେ। ଫଳରେ ଶିଳ୍ପ ଅଭିବୃଦ୍ଧି ଦ୍ରୁତତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ରେ ୫% ଅଂଶଧନ ବିକ୍ରି ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୦-୨: ଷ୍ଟିଲ ଅଥରିଟି ଇଣ୍ଡିଆ ଲିମିଟେଡ(ସେଲ୍‌)ରେ ୫% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି। ଅଫର ଫର ସେଲ ଦ୍ୱାରା ଏହି ଯୋଜନାକୁ ରୂପରେଖ...

ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …

ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ...

ମହଙ୍ଗା ହେଲା ବିମାନ ଯାତ୍ରା: ସର୍ବନିମ୍ନ ଭଡ଼ା ୧୬ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ,୨୯।୫: କରୋନା ସଙ୍କଟ ସମୟରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନ ଭିନ୍ନ...

ରାମ୍‌କୋ ସିମେଣ୍ଟ ପକ୍ଷରୁ ସହାୟତା

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବିରୋଧୀ ଲଢେଇରେ ରାମ୍‌କୋ ସିମେଣ୍ଟ ଯୋଗଦାନ ରଖିଥିବା ସୂଚନା ଦେଇଛି। କମ୍ପାନୀ ଓଡିଶା ସମେତ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା,...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ...

ଆର୍‌ବିଆଇରେ ବିରଲଙ୍କ ପରେ ରହିଲେନି ବିରୋଧର ସ୍ବର

ନୂଆଦିଲ୍ଲୀ,୨୫-୬: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦରୁ ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରୁଥିବା କୌଣସି ଉଚ୍ଚ...

ଷ୍ଟେଶନ ପରିସରରେ କଡାକଡି ହେବ ସ୍ବଚ୍ଛତା ନିୟମ

ଭୁବନେଶ୍ୱର,୮-୨: ଚଳିତ ମାସ ୧୦ ତାରିଖଠାରୁ ରେଳ ଓ ରେଳ ଷ୍ଟେଶନ ପରିସରରେ ସ୍ବଚ୍ଛତା ନିୟମ କଡାକଡି ହେବ। ନିୟମ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ...

Advertisement
Archives

Model This Week