୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର

ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ୧୪ କୋଟି ଯାତ୍ରୀ ରହିଥିଲେ। ଚଳିତ ବର୍ଷ ଏହା ୮ରୁ ୯ କୋଟିକୁ ଖସିଯିବ ବୋଲି ସେଣ୍ଟର ଫର ଏସିଆ ପାସିଫିକ ଆଭିଏଶନ ପକ୍ଷରୁ କୁହାଯାଇଛି। ଏବେ ବିମାଳ ଚଳାଚଳ ଠପ୍‌ ହୋଇଥିବା ବେଳେ କମ୍ପାନୀଗୁଡିକ ପରିଚାଳନା ନେଇ କ୍ଷତି ସହୁଛନ୍ତି। କମ୍ପାନୀଗୁଡିକ କାର୍ଯ୍ୟକ୍ଷମ ହେଲେ କାହାର ସ୍ଥିତି କଣ ରହିବ ସେ ନେଇ ଦେଖିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସମୟରେ ଦେଶର ବିମାନ ଶିଳ୍ପ ୫ ବର୍ଷ ତଳକୁ ଚାଲିଯିବ ବୋଲି ଆକଳନ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ର ସ୍ବାଭାବିତ ସ୍ଥିତିକୁ ଫେରିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ବର୍ଷ ଲାଗିଯିବ। ସେହିଭଳି ଅନ୍ତଜାତୀୟ ବଜାରରେ ଯାତ୍ରୀ ଟ୍ରାଫିକ କମିବ ବୋଲି ଏହି ଏଜେନ୍ସି ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ତ୍ତମାନ ଅବସର ନେଉଥିଲେ ପେନ୍‌ସନରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀ ସମୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି। ବର୍ତ୍ତମାନ ସମୟରେ ଯେଉଁମାନେ ସରକାରୀ କର୍ମଚାରୀ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ ପେନ୍‌ସନ...

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା।...

‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର...

ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ...

‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ...

ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା...

୨୦୦ ସହରରେ ଜିଓମାର୍ଟ ସାମଗ୍ରୀ ଡେଲିଭରି ଦେବ

ନୂଆଦିଲ୍ଲୀ,୨୬।୫: ରିଲାଏନ୍ସର ଅନ୍‌ଲାଇନ ଗ୍ରସେରି ଡେଲିଭରି ସର୍ଭିସ ପ୍ଲାଟ୍‌ଫର୍ମ ଜିଓମାର୍ଟ ପକ୍ଷରୁ ଦେଶର ୨୦୦ ସହରରେ ସେବା ଯୋଗାଇ ଦିଆଯିବ। ଏହି ସେବା ଦ୍ୱାରା ଆମାଜନ,...

୨୦ରେ ହାଲଓ୍ବା ସେରିମନି

ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ...

Play 250+ Trending Games
Archives

Model This Week

Why Dharitri