Posted inଜାତୀୟ

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ପ୍ରକାଶ କରିଛନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଉପହାର କର୍ମଚାରୀଙ୍କୁ ଖୁସି କରିବ ବୋଲି କୁହାଯାଉଛି। ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୨ପ୍ରତିଶତରୁ ବୃଦ୍ଧି ପାଇ ୧୭ ପ୍ରତିଶତରେ ପହଞ୍ଚିଛି।ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ୨୦୧୯ରୁ ମିଳିବ। କେନ୍ଦ୍ର ସରକାରଙ୍କର ଏହି ସୁବଧା ପ୍ରାୟ ୫୦ ଲକ୍ଷ କର୍ମଚାରୀଙ୍କୁ ମିଳିବାକୁ ଥିବା ବେଳେ ଏଥିରେ ପାଖାପାଖି ୬୫ ଲକ୍ଷ ପେନସଧାରୀ ଉପକୃତ ହେବେ। ଏହାପରେ ରାଜକୋଷ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧିର ହିତାତିକାରୀମାନେ ନଭେମ୍ବର ୩୦ ମଧ୍ୟରେ ଆଧାର ସଂଯୋଗ କରିପାରିବେ ବୋଲି ଭାଗଡେକର ସୂଚନା ଦେଇଛନ୍ତି। ପ୍ରଥମେ ଏହା ୧ ଅଗଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ପାଇଁ କମ୍ପାନୀ ରିହାତି

ବେଙ୍ଗାଲୁରୁ, ୨୪।୬: କୋଭିଡ୍‌ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଉଗ୍ରରୂପ ନେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଲକ୍ଷ୍ନୌ,୧୭।୧୧: ଉତ୍ତର ପ୍ରଦେଶ ରାଜ୍ୟ ଔଦ୍ୟୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା ତାକୁ ନେଇ ଉପୁଜିଛି...

ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି...

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ...

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୦।୨: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। କରୋନାରେ ମୃତ୍ୟୁ ହୋଇଥିବା ୧୨୩ ସାମ୍ବାଦିକ...

କଶ୍ମୀରରେ ଚାଲିଛି ନରସଂହାର, ଦେଶବାସୀ ମାଗୁଛନ୍ତି ଜବାବ, ଭାଜପା ସରକାର ନୀରବ…

ନୂଆଦିଲ୍ଲୀ, ୫।୬ : କଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଥିବା ଟାର୍ଗେଟ କିଲିଂ ମାମଲା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ସାରା...

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ...

Advertisement
Archives

Model This Week