୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ ମାସ ଶେଷ ୫ ଦିନ ଲାଗି ବ୍ୟାଙ୍କ କାରବାର ବନ୍ଦ ରହିବ। ଲଗାତାର ଭାବେ ଏତେଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁ ନଗଦ ସଙ୍କଟ ଦେଖା ଦେଇ ପାରେ। ଏଣୁ ବ୍ୟାଙ୍କ ବନ୍ଦ ହେବା ଆଗକୁ ସମସ୍ତ ପ୍ରସ୍ତୁତି କରିନେଲେ କୌଣସି ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରି ସଙ୍ଗଠନଗୁଡିକ ୨୬ ଏବଂ ୨୭ ତାରିଖରେ ଧର୍ମଘଟକୁ ଓହ୍ଲାଉଛନ୍ତି। ୨୮ ସେପ୍ଟେମ୍ବର ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପଡିବାରୁ ବ୍ୟାଙ୍କ ବନ୍ଦ ରହିବ। ୩୦ ସେପ୍ଟେମ୍ବରରେ ବ୍ୟାଙ୍କ ଖୋଲିବାକୁ ଥିବା ବେଳେ ବର୍ଷର ୬ ମାସ ସମୟ ଶେଷ ଯୋଗୁ ନେଣ ଦେଣ ହେବ ନାହିଁ। ମୋଟା ମୋଟି ଭାବେ କହିବାକୁ ମୋଟ ୫ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବା ଯୋଗୁ ଉପଭୋକ୍ତା ଏବଂ ବ୍ୟବସାୟୀ ନେଣଦେଣ ନେଇ ସମସ୍ୟା ସାମ୍ନା କରିବେ ବୋଲି ଜଣାପଡିଛି।
ଏଟିଏମ୍‌ରେ ନଗଦ ସମସ୍ୟା ଆଶଙ୍କା
ଲଗାତାର ୫ ଦିନ ବ୍ୟାଙ୍କ କାରବାର ବନ୍ଦ ହେବା ଯୋଗୁ ଏଟିଏମ ଗୁଡିକରେ କ୍ୟାଶ ଶେଷ ହେବାର ସମସ୍ୟା ମଧ୍ୟ ଉପୁଜିବାର ସମ୍ଭାବନା ରହିଛି। କୌଣସି ଏଟିଏମ୍‌ରେ ନଗଦ ରଖିବାର କ୍ଷମତା ୨ ଦିନ ରହିଥାଏ। ଧର୍ମଘଟ ଏବଂ ବନ୍ଦ ଯୋଗୁ ଏଟିଏମ ଟଙ୍କା ଭରିବା ସମସ୍ୟା ଦେଖାଯିବ।
ଚେକ୍‌ କ୍ଲିୟର ପାଇଁ ଲାଗିବ ଅଧିକ ସମୟ
ଏହି ସମୟରେ ଚେକ୍‌ କ୍ଲିୟର ହେବାକୁ ଅଧିକ ସମୟ ଲାଗିବ। ଯଦି କୌଣସି ଗ୍ରାହକ ୨୫ ସେପ୍ଟେମ୍ବରରେ ଚେକ୍‌ କ୍ଲିୟର ଲାଗି ଦେଇଥାନ୍ତି ତେବେ ଏହା କ୍ଲିୟର ଲାଗି ୩ ଅକ୍ଟୋବର ଯାଏ ସମୟ ଲାଗିବ। ଅକ୍ଟୋବର ପହିଲାରେ ଏହା ଯଦି କ୍ଲିୟର ହୁଏ ତେବେ ୨ ଅକ୍ଟୋବର ଗାନ୍ଧି ଜୟନ୍ତି ପଡୁଥିବାରୁ ୩ ତାରିଖରେ ଖାତାକୁ ପଇସା ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମଳାଙ୍କ ଜବାବ ରଖିଲେ ରାଜନ

ନୂଆଦିଲ୍ଲୀ,୧-୧୧: ରଘୁରାମ ରାଜନ ଏବଂ ମନମୋହନ ସିଂଙ୍କ ସମୟ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ ଲାଗି ସଙ୍କଟ ସମୟ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କିଛିଦିନ...

ଆଦାନୀର ଅଷ୍ଟ୍ରେଲିଆ ପ୍ରକଳ୍ପକୁ ଋଣ ନ ଦେବା ଲାଗି ଏସ୍‌ବିଆଇକୁ ଚେତାବନୀ

ଭୁବନେଶ୍ୱର,୨୯ା୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଚେତାବନୀ ଦେଇଛି ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ‘ଆମୁଣ୍ଡି’। ଏହି ସଂସ୍ଥାର କହିବା କଥା ଯେ, ଅଷ୍ଟ୍ରେଲିଆରେ ଥିବା ଆଦାନୀର କୋଇଲା...

ବର୍ଷକରେ ୭୧,୫୪୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୫-୧୨: ୨୦୧୮-୧୯ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ୭୪% ବଢିଛି। ଏହି ଠକେଇରେ ୭୧,୫୪୩ କୋଟି ଟଙ୍କା ଜଡିତ ଥିବା ଜଣାପଡିଛି। ୨୦୧୭-୧୮ରେ ବ୍ୟାଙ୍କଗୁଡିକରେ...

ଫେସବୁକ୍‌ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…

ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ...

ଏହି ପ୍ଲାନରେ ୫୦ ଜିବି ବୋନସ୍‌ ଡାଟା ଦେଉଛି ଭୋଡାଫୋନ୍‌-ଆଇଡିଆ, ତା’ ସହ ରହିଛି…

ନୂଆଦିଲ୍ଲୀ,୨୯।୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ୨୫୯୫ ଟଙ୍କା ପ୍ରିପେଡ ପ୍ଲାନରେ ଉପଭୋକ୍ତମାନଙ୍କୁ ବୋନସ୍‌ ଡାଟା ଦେଉଛି। କିନ୍ତୁ ଏହା କେବଳ କମ୍ପାନୀର ମୋବାଇଲ୍‌...

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ...

ନିସ୍‌କୁ ଶ୍ରେଷ୍ଠ ଘରୋଇ ଶିକ୍ଷାନୁଷ୍ଠାନର ସମ୍ମାନ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିସ୍‌କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଓ ସମାଜ ସେବା...

Advertisement
Archives

Model This Week