୫ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,  ୧୧-୯(ବ୍ୟୁରୋ):ଉଚ୍ଚତର ଗବେଷଣା ପାଇଁ ରାଜ୍ୟର ୫ଜଣ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବ ବିଜ୍ଞାନ ଓ କାରିଗରି ବିଭାଗ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଧିକତର ଗବେଷଣା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଏହି ସହାୟତା ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ମଙ୍ଗଳବାର ବିଜ୍ଞାନ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତି। ବାୟୋଟେକ୍ନୋଲୋଜିରେ ଗବେଷଣା ଓ ବିକାଶକୁ ଦୃଷ୍ଟିରେ ରଖି ଏକ ଉପସମିତିର ସୁପାରିସକ୍ରମେ ୫ଜଣ ଗବେଷକ ଏହି ସହାୟତା ପାଇବା ପାଇଁ ମନୋନୀତ ହୋଇଛନ୍ତି। ଏହି ୫ଜଣ ଗବେଷକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ସ୍ନାତକୋତ୍ତର ବିଭାଗର ପ୍ରେଫେସର ଡ. ପ୍ରକାଶ ଚନ୍ଦ୍ର ମିଶ୍ର, ରାଉରକେଲାସ୍ଥିତ ଏନ୍‌ଆଇଟିର ଜୀବବିଜ୍ଞାନ ବିଭାଗୀୟ ସହକାରୀ ପ୍ରଫେସର ଡ. ସୁମନ ଝା, ନିଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ଭୁବନେଶ୍ୱରର ସ୍ନାୟୁ ବିଭାଗ ଆସୋସିଏଟ୍‌ ପ୍ରଫେସର ଡ. ସଂଜୀବ କୁମାର ଭୋଇ ଏବଂ ଆସୋସିଏଟ୍‌ ପ୍ରଫେସର ଡ. ସୁଚିତ୍ରା କୁମାରୀ, ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍‌ସ ଏବଂ ମ୍ୟାଟେରିଆଲ୍ସ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ସୋନୀ ପାଣ୍ଡେ। ପ୍ରତି ଗବେଷକଙ୍କୁ ୩ ବର୍ଷ ନିମନ୍ତେ ସରକାରଙ୍କ ପକ୍ଷରୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମୋଟ ଭାବେ ୫ଜଣ ଗବେଷକଙ୍କୁ ସହାୟତା ବାବଦରେ ୪୯.୪୮ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ

ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ...

ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି।...

ବନ୍ୟାରେ ୧୪,୨୩୫ ଘର ନଷ୍ଟ, ୨୪ ଜିଲା ପ୍ରଭାବିତ

ଭୁବନେଶ୍ୱର,୮ା୯(ବ୍ୟୁରୋ): ଗତ ମାସ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଏବଂ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ୨୪ ଜିଲା ପ୍ରଭାବିତ ହୋଇଛି।...

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ବାହାନଗା,୨୭ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକ(ଅଲିୟାସ ଲକ୍ଷ୍ମୀଧର)ଙ୍କ ମୃତ୍ୟୁ ଘଟିଛି। ତାଙ୍କ...

ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଆଗାମୀ ଦିନରେ କରୋନାର...

ବାୟୁବୀରଙ୍କ ଆକାଶ ମାର୍ଗରେ ସାହସିକ ପ୍ରର୍ଦଶନ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ଶୁକ୍ରବାର ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା...

ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା...

ପିଏସ୍‌ସି ପକ୍ଷରୁ ବିଭିନ୍ନ ରେଳଷ୍ଟେଶନ ପରିଦର୍ଶନ: ଅନୁଧ୍ୟାନ କଲେ ଯାତ୍ରୀଙ୍କ ସେବା

ଜଟଣୀ, ୧୮ା୭(ଡି.ଏନ.ଏ.):ରେଲୱେ ବୋର୍ଡର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ବୁଧବାର ଖୋର୍ଦ୍ଧାରୋଡ଼, ପୁରୀ, ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇ...

Advertisement
Archives

Model This Week