୫ କୋଟି ଭାରତୀୟଙ୍କ ପାଖରେ ହାତଧୁଆ ସୁବିଧା ନାହିଁ: କରୋନା ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଭାରତର ୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ଉପଯୁକ୍ତ ଭାବେ ହାତ ଧୋଇବାର ସୁବିଧା ଉପଲବ୍ଧ ନୁହେଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ତେଣୁ ଏମାନଙ୍କଠାରେ କୋଭିଡ୍‌-୧୯ ସଂକ୍ରମଣ ହେବାର ଆଶଙ୍କା ଅଧିକ। ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶର ଜନସାଧାରଣଙ୍କ ପାଖରେ ହାତ ଧୋଇବା ପାଇଁ ସାବୁନ ଓ ସ୍ବଚ୍ଛ ଜଳ ନ ଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଇନ୍‌ଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏଶନ (ଆଇଏଚ୍‌ଏମ୍‌ଇ)ର ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏହା ବିଶ୍ୱ ଜନସଂଖ୍ୟାର ଏକ-ଚତୁର୍ଥାଂଶ। ଏପରିକି ୪୬ଟି ଉପ-ସାହାରା ଆଫ୍ରିକୀୟ ଦେଶ ଏବଂ ଓସିନିଆରେ ୫୦ ପ୍ରତିଶତରୁ ଅଧିକ ଲୋକ ଉପଯୁକ୍ତ ହାତଧୁଆ ସୁବିଧାରୁ ବଞ୍ଚିତ।
କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବା ମୁଖ୍ୟ ପ୍ରତିକାର ପଦକ୍ଷେପ। ତଥାପି ଏହା ଅଧିକାଂଶ ଦେଶର ଅନେକଙ୍କ ପାଇଁ ଉପଲବ୍ଧ ନୁହେଁ ବୋଲି ଆଇଏଚ୍‌ଏମ୍‌ଇ ପ୍ରଫେସର ମିଚେଲ ବ୍ରାଉର କହିଛନ୍ତି। ଭାରତ, ପାକିସ୍ତାନ, ଚାଇନା, ବାଂଲାଦେଶ, ନାଇଜେରିଆ, ଇଥିଓପିଆ, ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଏବଂ ଇଣ୍ଡୋନେସିଆରେ ୫ କୋଟି ଲେଖାଏ ଲୋକ ଉପଯୁକ୍ତ ହାତଧୁଆ ସୁବିଧାରୁ ବଞ୍ଚତ୍ତ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହାର ଦୀର୍ଘମିଆଦୀ ସମାଧାନ ଆବଶ୍ୟକ। କାରଣ ଉପଯୁକ୍ତ ହାତଧୁଆ ସୁବିଧାର ଅଭାବରୁ ପ୍ରତିବର୍ଷ ଅଧିକ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ବ୍ରାଉର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ...

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର,୧୯।୫: କରୋନା ସଂକ୍ରମଣରୁ ଠିକ୍‌ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦...

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ...

ଭୁବନେଶ୍ୱରରୁ ଗଡ଼ିଲା ବସ୍‌ ଓ ରେଳ

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ଦୀର୍ଘ ଦିନ ହେବ ବନ୍ଦଥିବା ବସ୍‌ ଓ ରେଳ ଚଳାଚଳ ବୁଧବାରଠାରୁ ପୁର୍ବବାର ଆରମ୍ଭ ହୋଇଛି। ୫୪୫ ଜଣ ଯାତ୍ରୀଙ୍କୁ ନେଇ ଏକ...

୪ ଜିଲା କରୋନା ମୁକ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ...

କରୋନା କଟକଣା: ମାର୍ଚ୍ଚ-୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଶନିବାର-ରବିବାର ବଜାର ବନ୍ଦ

ନାଗପୁର,୨୨।୨: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି କଡ଼ା କଟକଣା ଜାରି କରାଯାଇଛି। ନାଗପୁର...

ରାଜ୍ୟରେ ଚିହ୍ନଟ ହେଲେ ୩୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ସମ୍ବିଧାନ ସୁରକ୍ଷା ପାଇଁ ୧୧ କିମି ଲମ୍ବ ମାନବ ଶୃଙ୍ଖଳ

କୋଲକାତା,୨୬।୧: ସମ୍ବିଧାନ ସୁରକ୍ଷା ପାଇଁ କୋଲକାତାରେ ୧୧ କିମି ଲମ୍ବ ମାନବ ଶୃଙ୍ଖଳ ଲୋକମାନଙ୍କ ଦ୍ୱାରା କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଏଭଳି ହୋଇଛି।...

Advertisement
Archives

Model This Week