୫୫ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ପଠାଇଲା ଜିଲା ପ୍ରଶାସନ

ମାଲକାନଗିରି,୧୩ା୫ (ଡି.ଏନ୍‌.ଏ.): ନିଜ ରାଜ୍ୟ ହାଇଦ୍ରାବାଦର ସିକନ୍ଦରାବାଦକୁ ଚାଲିଚାଲି ଯାଉଥିବା ୫୫ ଜଣ ଶ୍ରମିକଙ୍କୁ ମାଲକାନଗିରି ଜିଲା ପ୍ରଶାସନ ବୁଧବାର ଗାଡି ବ୍ୟବସ୍ଥା କରି ନିଜ ରାଜ୍ୟକୁ ପଠାଇଛନ୍ତି। ଏହି ଶ୍ରମିକମାନେ ଚାଲିଚାଲି ଓଡିଶା ସୀମାନ୍ତ ମୋଟୁ ଠାରେ ପହଞ୍ଚତ୍ବା ପରେ ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରଖାଯାଇଥିଲା। ସେଠାରେ ସେମାନେ ୩ ଦିନ ଧରି ଥିଲେ। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଖାଇବା, ରହିବା ଆଦି ବ୍ୟବସ୍ଥା କରାଯାଇଥିଲା। ଶ୍ରମିକ ମାନେ ଗଣମାଧ୍ୟମ ଜରିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଏଠାରୁ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଶୁଣି ନ ଥିଲେ। ପରେ ସେମାନେ ମାଲକାନଗିରି ଜିଲା ପ୍ରଶାସନକୁ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ଜିଲାପାଳ ମନୀଷ ଅଗ୍ରଓ୍ବାଲ ପଶ୍ଚିମବଙ୍ଗ ମେଦିନିପୁର ଜିଲାପାଳଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ବୁଧବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଶ୍ରମିକମାନଙ୍କୁ ପଶ୍ଚିମବଙ୍ଗ ପଠାଇଥିଲେ। ପ୍ରତ୍ୟେକଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ସହ ୫୦୦ ଟଙ୍କା ଲେଖାଏ ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ସେମାନେ ପଶ୍ଚିମବଙ୍ଗ ସୀମାନ୍ତରେ ପହଞ୍ଚତ୍ଲା ପରେ ମେଦିନିପୁର ଜିଲାପାଳ ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କରିବେ ବୋଲି ଜିଲାପାଳ ଅଗ୍ରଓ୍ବାଲ କହିଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ୨୯ ଜଣ, ବର୍ଦ୍ଦମାନ ଜିଲାର ୯ ଜଣ, ବଙ୍କୁଡା ଜିଲାର ୯ ଜଣ, ମାଲଦା ଉତ୍ତର ବିନାୟକର ୨ ଜଣ ଏବଂ ଅନ୍ୟ ୧୬ ଜଣ ଅନ୍ୟାନ୍ୟ ଜିଲାର ରହିଛନ୍ତି। ଏହି ସମୟରେ ପିଡି ବାଳମୁକୁନ୍ଦ ଭୂୟାଁଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ଶହ ଟଙ୍କା ଭଡ଼ାଘରେ ସୋସାଇଟି କାର୍ଯ୍ୟାଳୟ

ଭଞ୍ଜନଗର,୧୩।୨(ଡି.ଏନ.ଏ.):କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟ କରୁଛି। ଭଞ୍ଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି କାର୍ଯ୍ୟାଳୟ ଅଛି ।...

ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି...

ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୪।୪: ଚିକିତ୍ସାରେ ଅବହେଲା ଯୋଗୁ ଫୁଲବାଣୀ ଜିଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସହ...

ବଜେଟରେ ଶିକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ବଜେଟ ୨୦୨୩-୨୪ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ...

ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ...

ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା...

ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ...

ଶଶୁର ହତ୍ୟାକାରୀ ଜ୍ୱାଇଁ ଗିରଫ

ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ୍‌.ଏ.),୮ା୧୨- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗ୍ରାମରେ ଶଶୁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଜ୍ୱାଇଁ। ଅଭିଯୁକ୍ତ ଜ୍ୱାଇଁ ରାଜୁ...

Advertisement
Archives

Model This Week