Posted inଜାତୀୟ

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ ଖୋଜା ଖୋଜି ହୋଇଥିଲେ ମଧ୍ୟ ଏହାର ସନ୍ଧାନ ମିଳି ନ ଥିଲା। ତେବେ ଡୋଗରା ସ୍କାଉଟ୍‌ ଏବଂ ବାୟୁସେନା ଦ୍ୱାରା ଚଳିତ ବର୍ଷ ଜୁଲାଇ ୨୬ଠାରୁ ବିମାନକୁ ପୁଣି ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ବିମାନର ଭଗ୍ନାବଶେଷ ଢ଼ାକା ଗ୍ଲାସିୟରରୁ ମିଳିଛି। ଏହି ଗ୍ଲାସିୟର ସମୁଦ୍ର ପତ୍ତନଠାରୁ ୫୨୪୦ ମିଟର ଉଚ୍ଚରେ ଥିବା କୁହାଯାଉଛି। ତେବେ ଏହି ସର୍ଚ୍ଚ ଅପରେଶନ୍‌ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୯୬ ଯବାନଙ୍କ ମୃତଦେହର କୌଣସି ସନ୍ଧାନ ମିଳି ପାରି ନାହିଁ। ତେବେ କେତେକ ଜିନିଷପତ୍ର ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିମାନଟି ଚଣ୍ଡିଗଡ଼ରୁ ଯବାନଙ୍କୁ ନେଇ ଲେହ ଉଡ଼ାଣ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି...

କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର

ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ...

ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ...

୮ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ...

କହ୍ନେୟା କୁମାରଙ୍କ କାର୍‌କୁ ଆକ୍ରମଣ

ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍‌ରେ ଯାଉଥିବାବେଳେ କେତେଜଣ...

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୪।୧୦:ସ୍ବାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଆଜି ଜନ୍ମଦିବସ। ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।...

‘ଆଗୁଆ ଜାମିନରେ ପ୍ରତିବନ୍ଧକ ନାହିଁ’

ନୂଆଦିଲ୍ଲୀ, ୩।୧(ପି.ଟି.): ୨୦୧୯ରେ କାର୍ଯ୍ୟକାରୀ ହୋଇଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ମୁସଲମାନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଏକସଙ୍ଗେ ତିନିଥର ତଲାକ୍‌ କହିଲେ ତାଙ୍କୁ ୩...

Play 250+ Trending Games
Archives

Model This Week

Why Dharitri