୫୧ ଗ୍ରାହକଙ୍କ ଭିଟାରା ବ୍ରିଜା ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୭-୬(ବ୍ୟୁରୋ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ଲୋକପ୍ରିୟ ଏସ୍‌ୟୁଭି ମଡେଲ ‘ଭିଟାରା ବ୍ରିଜା’ର ସମୂହ ଡେଲିଭରି ପ୍ରଦାନ କରାଯାଇଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଭିଭେକ ସରୋଦ ୫୧ ଗ୍ରାହକଙ୍କୁ ଏହି ମଡେଲର ଚାବି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷା ଏବଂ ଯାନର ଯତ୍ନ ନେଇ ଏକ ସେସନ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ଲୋକ ଅଂଶ ଗ୍ରହଣ କରିଥିଲେ। କମ୍ପାନୀ ସାରା ଦେଶରେ ମାସିକ ୧୨,୩୦୦ରୁ ଉର୍ଦ୍ଧ୍ୱ ୟୁନିଟ ଯାନ ବିକ୍ରି କରୁଛି। ଗତ ଆର୍ଥତ୍କ ବର୍ଷରେ କମ୍ପାନୀ ୧.୫ ଲକ୍ଷ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ବଜାରକୁ ଆସିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୩.୫ ଲକ୍ଷ ୟୁନିଟରୁ ଅଧିକ ଯାନ ଗ୍ରାହକଙ୍କୁ ହସ୍ତାନ୍ତର କରିଛି। ମଡେଲଟିର ନୂଆ ଏଜିଏସ୍‌ ଭାରିଆଣ୍ଟ ବଜାରକୁ ଆସିଥିବା ବେଳେ ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେଉଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ଫ୍ରିଡମ ଅଏଲର ୨୫ ଲକ୍ଷ

ଭୁବନେଶ୍ୱର,୧୧।୪: ଫ୍ରିଡମ ବ୍ରାଣ୍ଡର ମୂଳ କମ୍ପାନୀ ଜେମିନି ଏଡିବଲସ୍‌ ଆଣ୍ଡ ଫ୍ୟାଟ୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା...

ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ,୧୬-୭: କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ୍‌ କିଷାନ ଫସଲ ବୀମା ଯୋଜନାରେ ଏକାଧିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଏଣିକି ଚାଷୀଙ୍କ...

ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ...

ଘରମାଲିକ-ଭଡ଼ାଟିଆଙ୍କ ମାମଲା ମଧ୍ୟସ୍ଥତାରେ ବିଚାର ହେବ

ନୂଆଦିଲ୍ଲୀ: ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦ ରହିଥିଲେ ଏହାର ସମାଧାନ ଲାଗି ଆଉ କୋର୍ଟ ଚକ୍କର ଚଲାଇବାକୁ ପଡିବ ନାହିଁ। ଆର୍ବିଟ୍ରେଶନ...

୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ଦେବ ଇଓ୍ବାଇ

ନୂଆଦିଲ୍ଲୀ: ପ୍ରଫେଶନାଲ ସର୍ଭିସ ଫାର୍ମ ଇଓ୍ବାଇ ୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ପ୍ରଦାନ କରିବ। କ୍ୟାଲେଣ୍ଡର ବର୍ଷ ୨୦୨୧ ଲାଗି କମ୍ପାନୀ ବିଭିନ୍ନ ଟେକ୍ନୋଲୋଜି ରୋଲ୍‌...

ଲଗାତର ୫ ମାସ ଲାଗି କମିଲା ରପ୍ତାନି

ନୂଆଦିଲ୍ଲୀ,୧୬-୧: ଭାରତର ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ଲଗାତର ଭାବେ ୫ ମାସ ଧରି ହ୍ରାସ ଘଟିବା ସହ ଡିସେମ୍ବରରେ ୧.୮% ରହିଛି। ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ...

ଗୁଗଲ୍‌ ଦେବ ୫୯୩ ନିୟୁତ ଡଲାର ଜରିମାନା

ନୂଆଦିଲ୍ଲୀ,୧୫ା୭: ଫ୍ରାନ୍ସ କମ୍ପିଟେସନ ରେଗୁଲେଟର ମଙ୍ଗଳବାର ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ୍‌କୁ ୫୦୦ ନିୟୁତ ୟୁରୋ (୫୯୩ ନିୟୁତ ଡଲାର) ଜରିମାନା ଦେବା ଲାଗି ନିର୍ଦ୍ଦେଶ...

ଏକକ ଏସିଆନ ମୁଦ୍ରା ଲାଗି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍‌ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ...

Advertisement
Archives

Model This Week