Posted inଜାତୀୟ

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ସରକାର ଗଠନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛି। ଅନ୍ୟପଟେ ଗୁରୁବାର ଶିବସେନାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବରୁ ଅନୁମାନ ଲଗାଯାଇଥିଲା କି ଆଦିତ୍ୟ ଠାକରେ ବିଧାୟକ ଦଳର ନେତା ହୋଇପାରନ୍ତି। ହେଲେ ଆଦିତ୍ୟ ଏକନାଥଙ୍କ ନାଁ ପ୍ରସ୍ତାବ ଦେବାରୁ ତାଙ୍କୁ ଏବେ ବିଧାୟକ ଦଳର ନେତା କରାଯାଇଛି। ଏହାପରେ ଶିବସେନା ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବେ। ଅନ୍ୟପଟେ ଶିବସେନା ୫୦-୫୦ ଅଙ୍କକୁ ନେଇ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ: ମମତା…

କୋଲକାତା,୫।୫: ପଶ୍ଚିମବଙ୍ଗରେ ଘଟିଥିବା ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ରାଜ୍ୟପାଳ ଜଗଦୀପ୍‌ ଧାନଖାରଙ୍କୁ କହିଛନ୍ତି। ରାଜ୍ୟପାଳଙ୍କ ଏକ ପ୍ରଶ୍ନର...

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ହିମସ୍ଖଳନ: ୨ ଯବାନ ଶହୀଦ

ଶ୍ରୀନଗର,୩୦ା୧୧(ପି.ଟି.) : କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ...

ଏନ୍‌ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ

ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ...

ଭାଜପା ସହ ମିଶି ନିର୍ବାଚନ ଲଢିବେ କ୍ୟାପଟେନ

ଚଣ୍ଡିଗଡ଼,୬ ।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ସୋମବାର ବଡ ଘୋଷଣା କରିଛନ୍ତି । ତାଙ୍କ ଦଳ...

ମେ ୨ରେ ହଟିବେ ଦିଦି: ମୋଦି

କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଏହି ସମୟରେ ୮...

Advertisement
Archives

Model This Week