୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏନେଇ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

‘ପଙ୍ଗା’ ସହ ଟକ୍କର ସତ୍ତ୍ୱେ ଫିଲ୍ମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଛି। ରିଲିଜ୍‌ ଦିନ ଅର୍ଥାତ୍‌ ଶୁକ୍ରବାର ୧୦.୨୬ କୋଟି, ଶନିବାର ୧୩.୨୧ କୋଟି, ରବିବାର ୧୭.୭୬ କୋଟି, ସୋମବାର ୪.୬୫ କୋଟି, ମଙ୍ଗଳବାର ୩.୩୩ କୋଟି, ବୁଧବାର ୩.୫୮ କୋଟି ସହ ମୋଟ ୫୩.୩୪ କୋଟି ରୋଜଗାର କରିଛି ଫିଲ୍ମ।

ଷ୍ଟ୍ରିଟ୍‌ ଡ୍ୟାନ୍ସରରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ସଲ୍‌ମାନ ୟୁସୁଫ୍‌ ଖାଁ, ଧର୍ମେଶ, ପୁନିତ୍‌ ପାଠକ, ରାଘବ ଜୁୟାଲ ପ୍ରମୁଖ କଳାକାର ନଜରକୁ ଆସୁଛନ୍ତି। ଏହାର ନିର୍ଦ୍ଦେଶନା ରେମୋ ଡିସୁଜା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ...

‘ରୋମିଓ ରଜା’ରେ ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା

କଲେଜରେ ପ୍ରଥମ ଥର ପାଇଁ ପାଦ ଦେବା ସମୟରେ ପିଲାମାନଙ୍କର ମନ ସତେଯେମିତି ଆକାଶରେ ଉଡୁଥାଏ। ନୂଆ ଦୁନିଆ ଆଉ ରଙ୍ଗିନ୍‌ ପରିବେଶରେ ସେମାନଙ୍କ ମଧ୍ୟରୁ...

ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ...

ବିଗ୍‌ବସ୍‌ର ନୂଆ ଲର୍ଭବାର୍ଡ ପାଲଟିଛନ୍ତି ଆସିମ୍‌-ହିମାଂଶୀ

ବମ୍ବେ: ଚଳିତ ଥର ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରୁଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌। ଝଗଡା ହେଉ ଅଥବା ରୋମାନ୍ସ ସବୁର ଡୋଜ୍‌ ଦେଖିବାକୁ ମିଳୁଛି...

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ...

ସଲମାନ୍‌ ଖାନ୍‌, ଶାହାରୁଖ୍‌ ଖାନ୍‌ଙ୍କୁ ପଛରେ ପକାଇଲେ କପିଲ ଶର୍ମା

କପିଲ ଶର୍ମା, କମେଡି ଦୁନିଆର ଏକ ବଡ଼ ନାମ। ଯିଏକି କଠିନ ପରିଶ୍ରମ ମାଧ୍ୟମରେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଜଣେ କନ୍‌ଷ୍ଟେବଳଙ୍କ ପୁଅ...

ଅନନ୍ୟା-ବିଜୟଙ୍କ ଯୋଡି ଏବେ ଚର୍ଚ୍ଚାରେ: ପ୍ରଶଂସକ ଦେଲେ ନୂଆ ନାମ ‘ଆନାକୋଣ୍ଡା’

ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି ଏବେ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଫିଲ୍ମ ‘ଫାଇଟର’ର ଶୁଟିଂ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *