୫ହଜାର ଲାଞ୍ଚ: ସେକ୍ସନ ଅଫିସର ଗିରଫ

କଟକ ଅଫିସ,୨୨ା୧୧:  ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର ଗୀତା ଖାଡିଆ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୁରୁବାର ଏହି ଲାଞ୍ଚ ସୀମାଞ୍ଚଳ ନାୟକଙ୍କଠାରୁ ଗ୍ରହଣ କରୁଥିଲେ। ସୀମାଞ୍ଚଳ ଉକ୍ତ କାର୍ଯ୍ୟାଳୟରେ ପୂର୍ବରୁ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଅବସରପ୍ରାପ୍ତ। ପେନ୍‌ସନ୍‌ ସମ୍ପର୍କିତ କାଗଜପତ୍ର କାମ କରିବା ପାଇଁ ଗୀତା ଏହି ଲାଞ୍ଚ ଦାବି କରିଥିଲେ। ଏପରି କି ଲାଞ୍ଚ ନ ଦେଲେ ସରକାରୀ ସ୍ତରରେ ଉକ୍ତ କାର୍ଯ୍ୟ କରିବାରେ ସେ ବାଧା ସୃଷ୍ଟି କରିବେ ବୋଲି ଫୋନ ଯୋଗେ କହିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଗୁରୁବାର ଗୀତା ଭୁବନେଶ୍ୱରର କୃଷି ଭବନ ପଛ ଗେଟ୍‌ ନିକଟରେ ସୀମାଞ୍ଚଳଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏପରି କି ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଜବତ କରାଯାଇଥିଲା। ଏହାପରେ ଭୁବନେଶ୍ୱରଠାରେ ଥିବା ତାଙ୍କ ଆବାସିକ ସରକାରୀ କ୍ବାର୍ଟରକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୫୯/୨୦୧୯) ରୁଜୁ କରାଯାଇ ଗୀତାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀ ବିପଦରେ ପଡ଼ିଲେଣି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ...

‘ଅସ୍ତାରୁଣର ସୁରଭି’ ଲୋକାର୍ପିତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌ର ତୃତୀୟ ଦିବସରେ ଲେଖିକା ସୌମ୍ୟା ସାରସ୍ବତା ପଣ୍ଡାଙ୍କର ଉପନ୍ୟାସ ‘ଅସ୍ତାରୁଣର ସୁରଭି’ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଗମ୍ଭୀର ବନାମ...

ଗହଳି କମାଇବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲା ବିଏମ୍‌ସି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରେନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିଜ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ପାଇଁ...

ଋଣ ଆପ୍‌ରୁ ସର୍ବନାଶ: ରିକଭରି ଏଜେଣ୍ଟ କହୁଛନ୍ତି, ଯଦି ଶୁଝିପାରୁନ ତେବେ ମରିଯାଅ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୨(ବ୍ୟୁରୋ):ସମୟ ସହ ତାଳ ଦେଇ ମଣିଷର ଆବଶ୍ୟକତା ବଢ଼ିଥାଏ, ଯାହାକୁ ପୂରଣ କରିବାକୁ ହେଲେ ଅଧ୍ୟବସାୟ ବା ଆୟର ନିୟମିତ ଉତ୍ସ ଦରକାର। ଏଭଳି ଆବଶ୍ୟକତା...

ରାଜ୍ୟରୁ ଆଉ ୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର...

ଘୂର୍ଣ୍ଣିବଳୟ ପୂର୍ବରୁ ଚାଷୀଙ୍କୁ ସତର୍କକଲା ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ତଜ୍ଜନିତ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ଗୁରୁବାରଠାରୁ ୧୮ତାରିଖ...

ପିଜି ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବା ଅବଧିକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଛି। ଗୁରୁବାର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ...

ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର...

Advertisement
Archives

Model This Week