୫ହଜାରରୁ ଊର୍ଦ୍ଧ୍ୱ ଏଟିଏମ୍‌ ଉଠାଣରେ ଲାଗିପାରେ ଚାର୍ଜ

ମୁମ୍ବାଇ,୧୯।୬: ଏଟିଏମ୍‌ରୁ ଏକାଥରକେ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଗ୍ରାହକଙ୍କୁ ଚାର୍ଜ ଲାଗିପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଷ କରୁଛି। ଆର୍‌ଟିଆଇରେ ମଗାଯାଇଥିବା ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ଏବଂ ନଗଦ କାରବାରକୁ କମ୍‌ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଏକ ଦିଗ ଉପରେ ଧ୍ୟାନ ରଖିଛି। ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନର ଚିଫ ଏକଜିକ୍ୟୁଟିଭ୍‌ ଭି.ଜି. କନ୍ନନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କକୁ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ରିପୋର୍ଟ ଲାଭ କରିଥିଲା। ଏହି ରିପୋର୍ଟକୁ ବର୍ତ୍ତମାନ ସାର୍ବଜନୀନ କରାଯାଇ ନାହିଁ। ଆର୍‌ଟିଆଇ କର୍ମୀ ଶ୍ରୀକାନ୍ତ ଏଲ୍‌ଙ୍କ ଏହି ସଂକ୍ରାନ୍ତୀୟ ଆବେଦନକୁ ଆର୍‌ବିଆଇର ପବ୍ଲିକ ଇନଫରମେଶନ ଅଫିସର ପୂର୍ବରୁ ଖାରଜ କରି ଦେଇଥିଲେ। ରିଜର୍ଭ ବ୍ୟାଙ୍କର ରେସପନ୍ସ ବିରୋଧରେ ଶ୍ରୀକାନ୍ତ ପୁଣି ଥରେ ଆବେଦନ କରିବା ପରେ ଏହି ତଥ୍ୟ ତାଙ୍କୁ ମିଳିଥିଲା। ସେ ଏହି ରିପୋର୍ଟକୁ ଲୋକଲୋଚନକୁ ଆଣିଛନ୍ତି। ବର୍ତ୍ତମାନ ଏଟିଏମ୍‌ ପରିଚାଳନା ଖର୍ଚ୍ଚ ବହୁଳ ଭାବେ ବଢିଛି। ୨୦୦୮ ଏବଂ ୨୦୧୨ ମଧ୍ୟରେ ଏହି ଖର୍ଚ୍ଚର ସମୀକ୍ଷା କରାଯାଇ ନାହିଁ। ଏଭଳି ବିଭିନ୍ନ ପ୍ରସଙ୍ଗ ଉକ୍ତ ରିପୋର୍ଟରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆକୁ ପାଇଲଟଙ୍କ ଚେତାବନୀ;ବକେୟା ଦିଅ ନଚେତ୍‌ ଏନ୍‌ସିଏଲ୍‌ଟିକୁ ଯିବୁ

ନୂଆଦିଲ୍ଲୀ,୩୦-୬: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ପୁନର୍ବାର ବିକ୍ରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା...

ଅକ୍ଟୋବରରୁ ନୂଆ ଜିଏସ୍‌ଟି ରିଟର୍ନ ଦାଖଲ ବ୍ୟବସ୍ଥା

ନୂଆଦିଲ୍ଲୀ,୧୨ା୬ ଆସନ୍ତାବର୍ଷ ଜାନୁୟାରୀରୁ ସାରା ଦେଶରେ ବ୍ୟବସାୟୀମାନେ ସରଳ ଜିଏସ୍‌ଟି ଫର୍ମ ପୂରଣ କରିପାରିବେ। ତେବେ ଏହାର ଟ୍ରାୟାଲ ଜୁଲାଇରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ନୂଆ...

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି...

ପେଟ୍ରୋଲ-ଡିଜେଲ ଦାମ୍‌ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…

ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍‌ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍‌ ବୃଦ୍ଧି...

ଭୋଲ୍‌ଟାସର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଭୋଲ୍‌ଟାସର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ର ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର...

ସତର୍କ କଲା ଏସ୍‌ବିଆଇ: ଜୁନ୍‌ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…

ନୂଆଦିଲ୍ଲୀ,୨।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଗ୍ରାହକମାନଙ୍କୁ ଜୁନ୍‌ ୩୦ ସୁଦ୍ଧା ସେମାନଙ୍କର ପାନ୍‌-ଆଧାର ଲିଙ୍କ୍‌ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...

ଭାରତ-ଶ୍ରୀଲଙ୍କା ଏୟାର ବବଲ ଚୁକ୍ତି

ନୂଆଦିଲ୍ଲୀ,୧୨।୪: ଶ୍ରୀଲଙ୍କା ସହିତ ଭାରତ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଏହା ଦ୍ୱାରା ୨ ଦେଶ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବିମାନ ଯାତ୍ରୀ ସୁଗମ...

ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି...

Advertisement
Archives

Model This Week