୫ଜଣ ଆନ୍ତଃ ଜିଲା ଡକାୟତ ଗିରଫ ଟଙ୍କା, ୬ ମୋବାଇଲ, ୩ ମୋଟରସାଇକେଲ ଜବତ

ଖଡିଆଳ,୩୦।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ପୋଲିସ ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ୪୨୧୧ ଟଙ୍କା ସମେତ ୬ଟି ମୋବାଇଲ ଫୋନ ଓ ୩ଟି ମୋଟରସାଇକେଲକୁ ଜବତ କରିଛି। ଗିରଫ ଡକାୟତମାନେ ହେଲେ ଡକାୟତ ଗ୍ରୁପର ମୁଖ୍ୟ ଖଡିଆଳ ନିନାପଡାର ମନୋରଞ୍ଜନ ସରାଫ, ବଲାଙ୍ଗୀର ଜିଲା ତୁରେକେଲା ଅଞ୍ଚଳର ଲୋକନାଥ ଶଗରିଆ ଓ ନିରଞ୍ଜନ ଖୁରା, କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଲା ଗାଁର ତ୍ରିଲୋଚନ ଶବର ଓ ବିଘ୍ନରାଜ ଶବର । ଗତ ୨୩ ତାରିଖ ସନ୍ଧ୍ୟା ପ୍ରାୟ ୮ଟାରେ ଖଡିଆଳ ଥାନା ଅନ୍ତର୍ଗତ ଝୋଲପଥର ଗ୍ରାମର କପଡା ବ୍ୟବସାୟୀ କୋଶଳ ମେହେର ଓ ତାଙ୍କ ଦୁଇ ସାଥି ମକରଧ୍ୱଜ ମେହେର ଓ ଦାଶରଥି ତାଣ୍ଡି ଏକ ମୋଟରସାଇକେଲରେ ସାନମହେଶ୍ୱରରୁ ଝୋଲପଥର ଗାଁକୁ ଫେରୁଥିଲେ । ବାଟରେ ଏକ ପାହାଡ ନିକଟରେ ଦୁଇଟି ମୋଟରସାଇକେଲରେ ୬ଜଣ ଅଜଣା ବ୍ୟକ୍ତି ଆସି ବଳପୂର୍ବକ ଅଟକାଇ ଥିଲେ । ପରେ ସେମାନେ ଅତର୍କିତ ଭାବେ ଲାଠିରେ ଆକ୍ରମଣ କରି କୋଶଳ ମେହେରଙ୍କଠାରୁ ୧୩ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଓ ତାଙ୍କ ସାଥି ଦାଶରଥିଙ୍କଠାରୁ ୨୦୪୦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଡକାୟତଙ୍କ ଆକ୍ରମଣରେ କୋଶଳ ମେହେରଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କ ସାଥି ମକରଧ୍ୱଜ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ଖଡିଆଳ ଥାନାରେ ମକରଧ୍ୱଜ ଲିଖିତ ଅଭିଯୋଗ କରିଥିଲେ। ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଖଡିଆଳ ଥାନା ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଘଟଣାରେ ସମ୍ପୃକ୍ତ ୫ଜଣ ଡକାୟତଙ୍କୁ ଖଡିଆଳ ପୋଲିସ ଗିରଫ କରିଛି । ଖଡିଆଳ ଥାନା ଏସଡିପିଓ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଖଡିଆଳ ଆଇଆଇସି କୌଳାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା ତଦନ୍ତ ଭାର ନେଇ ଗିରଫ କରିଥିବା ଖଡିଆଳ ଏସଡିପିଓ ବିରଞ୍ଚତ୍ନାରାୟଣ ଦେହୁରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଢେଇ କିଲୋ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୩୧ା୧୦-ବ୍ରହ୍ମପୁର ବଡ଼ ବଜାରରେ ଥିବା ବିନୋଦ ଜୁଏଲେରିରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଚୋରମାନେ ଷ୍ଟୋର୍‌ରେ ଥିବା ଆଇରନ୍‌ ଚେଷ୍ଟ ଭାଙ୍ଗି ପ୍ରାୟ ୨କେଜି...

ଚେତିଲା ଶକ୍ତିସୁଗାର, ପାର୍କିଂ ରାସ୍ତାରେ ବାଡ଼

ଢେଙ୍କାନାଳ ଅଫିସ, ୧୦।୫ – ଖୋର୍ଦ୍ଧାରୁ ସ୍ପିରିଟ୍‌ ନେବାକୁ ଆସି ଢେଙ୍କାନାଳ ଶକ୍ତିସୁଗାର କମ୍ପାନୀ ମୁଖ୍ୟଫାଟକ ସମ୍ମୁଖ ପାର୍କିଂ ଅଞ୍ଚଳରେ ଦେଢ଼ମାସ ହେଲା ରହିଥିବା ୩...

ଗ୍ରାମବାସୀଙ୍କ ଥାନା ଘେରାଓ, ଉତ୍ତେଜନା

ଲେଫ୍ରିପଡ଼ା,୧୦ା୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁଆରୀଯୋର ଗ୍ରାମରୁ ଜଣେ ଯୁବକଙ୍କୁ ସ୍ଥାନୀୟ ମଦବ୍ୟବସାୟୀ ଦମ୍ପତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ...

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି।...

ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ବିଦ୍ୟାଳୟ ମାଟ୍ରୋନ ଏବଂ...

ଛତ୍ରପୁର ଏସ୍‌ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍‌ କରି ସୂଚନା ଦେଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୩।୬(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଶନିବାର...

ଷ୍ଟାର୍ଟରେ ଥିବା କାର୍‌ରୁ ମିଳିଲା ମୃତଦେହ

ହିନ୍ଦୋଳ,୨।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ୱ କାଜଲ ଢାବା ନିକଟରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ...

ବନ୍ୟା ବିପନ୍ନଙ୍କ ଚୁଡ଼ା ପୋଡ଼ାଗଲା

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲାର ବରୀ ବ୍ଲକ ଏକ ବନ୍ୟା ବାତ୍ୟା ପ୍ରଭାବିତ ଅଞ୍ଚଳ। ବିଭିନ୍ନ ସମୟରେ ଏଠି ପ୍ରାକୃତିକ ବିପର୍ଯ୍ୟୟ ଆସି ଲୋକଙ୍କର କ୍ଷତି କରିଥାଏ।...

Advertisement
Archives

Model This Week