୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ ଖାଉଟି ଚାହିଦା କମିଛି। ଘରୋଇ ନିବେଶ ହ୍ରାସ ଏବଂ ବିଶ୍ୱ ମାନ୍ଦାବସ୍ଥା ଭାରତ ବଜାର ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଏଭଳି ବିଭିନ୍ନ କାରଣ ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ମନ୍ଥର ସ୍ଥିତିରେ ରହିଛି। ମାନ୍ଦାବସ୍ଥା ଯୋଗୁ ରପ୍ତାନି ମଧ୍ୟ ଉନ୍ନତ ହୋଇ ପାରୁନାହିଁ। ଏହାର ପୂର୍ବ ତ୍ରୈମାସରେ ଜିଡିପି ୫% ରହିଥିଲା। ୨୦୧୮ର ସମାନ ସମୟରେ ଜିଡିପି ଅଭିବୃଦ୍ଧି ୭% ଥିଲା। ବିକାଶ ହାର ୪% ରହିବ ବୋଲି ୨ ଟିଭି ଚ୍ୟାନେଲ ସରକାରୀ ସୂତ୍ରକୁ ବିଚାର କରି ପ୍ରସାରଣ କରିଛନ୍ତି। ଯଦି ବର୍ତ୍ତମାନ ପୂର୍ବାନୁମାନ ଠିକ୍‌ ହୁଏ ତେବେ ଦେଶର ବିକାଶ ହାର ୨୬ ତ୍ରୈମାସ ମଧ୍ୟରେ ସବୁଠାରୁ ମନ୍ଥର ସ୍ଥିତିକୁ ଚାଲିଯିବ।
୨୦୧୩ ଜାନୁୟାରୀ-ମାର୍ଚ୍ଚ ସମୟରେ ଦେଶର ବିକାଶ ହାର ୪.୩% ରହିଥିଲା। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଡିସେମ୍ବର ୩ରୁ ୫ ଯାଏ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସମୀକ୍ଷା ବୈଠକରେ ରେପୋ ହାର କମିବା ନେଇ ରିଏଟର୍ସ ପୋଲ ଆଶା ରଖିଛି। ଏହା ହେଲେ ଲଗାତର ଭାବେ ଷଷ୍ଠ ଥର ଲାଗି ସୁଧହାର କମିବ। ଏହି ସମୟରେ ୨୫ ବେସିସ ପଏଣ୍ଟ ସୁଧହାର କମିବା ନେଇ ପୂର୍ବାନୁମାନ ହୋଇଥିବା ବେଳେ ଏହା ହେଲେ ରେପୋ ୪.୯୦%କୁ ଖସିବ ବୋଲି କୁହାଯାଉଛି। ବର୍ତ୍ତମାନ କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳ ଆୟ କ୍ଷେତ୍ରରେ ବିଭିନ୍ନ ଅସୁବିଧା ରହିଛି। ଆୟ ଅଭିବୃଦ୍ଧି ଅଶାନୁରୂପ ହେଉ ନ ଥିବା ବେଳେ ଏହା ଚାହିଦା ବୃଦ୍ଧି ଦିଗରେ ସହାୟକ ହେଉନାହିଁ ବୋଲି ଫିଚ୍‌ ଆର୍ମ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଦେବିନ୍ଦର ପନ୍ଥ କହିଛନ୍ତି।
ଅର୍ଥ ବ୍ୟବସ୍ଥା ଲାଗି ସଙ୍କଟ ସମୟ
ପାର୍ବଣ ଯାଇଥିଲେ ମଧ୍ୟ ଚାହିଦା ଫେରିବାରେ ଏହା ସହାୟତା କରିପାରିନି। ନନ୍‌ଫୁଡ କ୍ରେଡିଟ, ଯାନ ଏବଂ ଏଫ୍‌ଏମ୍‌ସିଜି ଭଳି କେତେକ କ୍ଷେତ୍ରରେ ବିକ୍ରିକୁ ଦେଖିଲେ ଏହା ବୁଝାପଡୁଛି। ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସ୍ଥିତିରେ ପଡିଥିବା ବିଶେଷଜ୍ଞ କହୁଛନ୍ତି। ମାନ୍ଦାବସ୍ଥାକୁ ନେଇ ବୁଧବାର ବିରୋଧିମାନେ ସରକାରଙ୍କୁ ଘେରିଥିବା ବେଳେ ଏହାର ଉତ୍ତର ରଖି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ଦେଶରେ ମାନ୍ଦାବସ୍ଥା ନାହିଁ। ଆର୍ଥତ୍କ କାର୍ଯ୍ୟକଳାପ କମିଥିଲେ ମଧ୍ୟ ମାନ୍ଦାବସ୍ଥା ଅର୍ଥ ବ୍ୟବସ୍ଥା ଉପରେ ନ ଥିବା କହି ସେ ବିରୋଧିଙ୍କୁ ଉତ୍ତର ଦେଇଛନ୍ତି। ଏହାକୁ ଲଢିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଥିଲେ। ଚଳିତ ଆର୍ଥତ୍କ ବର୍ଷ ଲାଗି ଅତିରିକ୍ତ ୨.୭ ବିଲିୟନ ଡଲାର ପୁଞ୍ଜି ଖର୍ଚ୍ଚ କରିବା ଲାଗି ସେ ସଂସଦର ମଞ୍ଜୁରୀ ଲୋଡିଛନ୍ତି। ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ହେଉ ନ ଥିବା ବେଳେ କର୍ପୋରେଟଗୁଡିକର ଲାଭ ଦୁର୍ବଳ ସ୍ଥିତିରେ ରହିଛି। ଏହି ସ୍ଥିତିରେ ଭାରତ ଏହାର ପ୍ରକୃତ କ୍ଷମତା ଅନୁସାରେ ସ୍ଥିତାବସ୍ଥାକୁ ଫେରିବାକୁ ସକ୍ଷମ ହେବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ଯୁକ୍ତି ବାଢିଛନ୍ତି। ଅକ୍ଟୋବରରେ ବେକାରୀ ୮.୫%କୁ ବଢିଛି। ଏହା ଅଗଷ୍ଟ ୨୦୧୬ ପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି। ଏନ୍‌ବିଏଫ୍‌ସି ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ପଦକ୍ଷେପ ନେବା ପରେ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ ବୋଲି କେତେକ ଅର୍ଥନୀତିଜ୍ଞ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?